ପାରମ୍ପରିକ ପାଠପଢ଼ା ପଛରେ ନ ଧାଇଁ କାରିଗରୀ ଶିକ୍ଷା ଓ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଖୁବ ଜରୁରୀ।

ନୂଆଦିଲ୍ଲୀ: ଏଆଇ ଆସିଲା, କ୍ୟାରିଅର୍ର ପରିଭାଷା ବଦଳିଲା, ଏବେ ସଫ୍ଟୱେୟାର ଇଞ୍ଜିନିୟରିଂ ଏବଂ MBA ପଢ଼ିବାର ଯୁଗ ସରିଯାଇଛି। ଏଣିକି ଯୁଗର ଡିମାଣ୍ଡକୁ ଦେଖି ଶିକ୍ଷା ବଦଳାଇବାକୁ ପଡ଼ିବ ନହେଲେ ଫସିବା ଥୟ। ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ଦେଶର ଯୁବପିଢ଼ିଙ୍କୁ ଏଭଳି ସତର୍କବାଣୀ ଶୁଣାଇଛନ୍ତି। ସେ କହିଛନ୍ତି, ପାରମ୍ପରିକ ପାଠପଢ଼ା ପଛରେ ନ ଧାଇଁ କାରିଗରୀ ଶିକ୍ଷା ଓ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଖୁବ ଜରୁରୀ।

ଏଏନ୍ଆଇ ଏକ ପଡକାଷ୍ଟରେ ଏଭଳି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍। ସ୍ନାତକ ପରେ କେବଳ UPSC ପରିକ୍ଷା କିମ୍ବା ଉଚ୍ଚଶିକ୍ଷା ପଛରେ ଗୋଡ଼ାଇବା ପରିବର୍ତ୍ତେ, ଆଜିର ଅର୍ଥନୀତିରେ କେଉଁ କୌଶଳ ବା ‘ସ୍କିଲ୍’ ଅଧିକ ସ୍ଥାୟୀ ରୋଜଗାର ଦେବ, ତାହା ଚିନ୍ତା କରିବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ତେବେ ଭାରତର କର୍ମ ସଂସ୍କୃତି ବା ୱର୍କ କଲଚର ନେଇ ସେ କହିଛନ୍ତି ଭାରତରେ ପାଣିପାଇପ କାମ, ୱେଲ୍ଡିଂ, ବଢ଼େଇ ଓ ଇଲେକ୍ଟ୍ରିକାଲ୍ କାମକୁ ସବୁବେଳେ ଅବହେଳା କରାଯାଇଛି, ହେଲେ ସ୍ୱିଜରଲ୍ୟାଣ୍ଡ, ଜର୍ମାନୀ, ଜାପାନ ଓ ଚୀନ ଭଳି ଦେଶରେ ସେହି କାମକୁ ଖୁବ ସମ୍ମାନ ମିଳେ। ଏବେ ଏଆଇ ଯୁଗରେ ଏସବୁ କାମର ଚାହିଦା ବଢିଛି, ଏବଂ ଟେକ୍ନୋଲୋଜୀ ଏସବୁ କାମକୁ ଏତେଶୀଘ୍ର ଲୋକଙ୍କ ଠାରୁ ଛଡ଼ାଇ ନେଇପାରିବ ନାହିଁ, ତେଣୁ ଏହା ସୁରକ୍ଷିତ ବୋଲି ସେ କହିବାକୁ ଚାହିଁଛନ୍ତି।

ଏହାକୁ ବୁଝାଇବାକୁ ଯାଇ ସେ ଜଣେ ଏକ ଯୁବ ସେଫ୍‌ଙ୍କ ଉଦାହରଣ ବି ଦେଇଛନ୍ତି। ସିଇଓ କହିଛନ୍ତି ଯେ ଅନ୍ୟ ପ୍ରଫେସନ୍ ସହ ତୁଳନା କରି ହତାଶ ହେବାର ଆବଶ୍ୟକତା ନାହିଁ। କାରଣ ରନ୍ଧନ ହେଉ ବା ଆତିଥ୍ୟ, ଏସବୁ ଏପରି କାମ ଯାହାକୁ ଟେକ୍ନୋଲୋଜି ବା AI ସହଜରେ ନକଲ କରିପାରିବ ନାହିଁ। ଆଗାମୀ ଦିନରେ କାଉନସେଲିଂ, କେୟାରଗିଭିଂ (ଯତ୍ନ ନେବା) ଓ ହସ୍ପିଟାଲିଟି କ୍ଷେତ୍ର ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମୁଖ୍ୟ ଅର୍ଥନୈତିକ ସିଧା ପରାମର୍ଶ ହେଉଛି, ଏବେ ଯୁବପିଢ଼ି AI ଛଡ଼ାଇ ନେଇ ପାରୁ ନଥିବା ସ୍କିଲ୍ ଶିଖନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ଉପରେ ସେତିକି ନିବେଶ କରନ୍ତୁ, ଯେତିକି ନିଜ କ୍ୟାରିଅର୍ ଉପରେ କରୁଛନ୍ତି।

ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

ନାଗେଶ୍ୱରନ କହିଛନ୍ତି ଆମ ପାଇଁ ସବୁଠାରୁ ବଡ଼ କଥା ହେଉଛି ସ୍ୱାସ୍ଥ୍ୟ ଏବଂ ରୋଜଗାର। ନାଗେଶ୍ୱରନ୍ ଚେତାଇ ଦେଇଛନ୍ତି ଯେ, ଭାରତ ‘ଧନୀ ହେବା ପୂର୍ବରୁ ଅସୁସ୍ଥ’ ହୋଇଯାଉଛି। ନ୍ୟାସନାଲ୍ ଫ୍ୟାମିଲ୍ ହେଲ୍ଥ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆୟ ବଢ଼ିବା ସହ ଓଜନ ବଢ଼ିବା (Obesity) ଏବଂ ଅସୁସ୍ଥ ଜୀବନଶୈଳୀ ଏକ ବଡ଼ ସମସ୍ୟା ପାଲଟିଛି। ତାଙ୍କ ମତରେ, କେବଳ ଟେକ୍ନୋଲୋଜି ନୁହେଁ, ବରଂ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ହିଁ ଉତ୍ପାଦକତା ଓ ଆୟ ବଢ଼ାଇବାର ମୂଳ ଚାବିକାଠି।

Leave a Reply

Your email address will not be published. Required fields are marked *