Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପର୍ଯ୍ୟାବରଣ ସଂରକ୍ଷଣରେ ଯୁବସମାଜର ଭୂମିକା’ ସମ୍ପର୍କିତ ଆଲୋଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପର୍ଯ୍ୟାବରଣ ସଂରକ୍ଷଣରେ ଯୁବସମାଜର ଭୂମିକା’ ସମ୍ପର୍କିତ ଆଲୋଚନା

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ଓ କୌସ୍ତୁଭ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ମିଳିତ ଆନୁକୂଲ୍ୟରେ ‘ପର୍ଯ୍ୟାବରଣ ସଂରକ୍ଷଣରେ ଯୁବସମାଜର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର କୌସ୍ତୁବ ଗ୍ରୁପ୍ ଅଫ ଇନ୍‌ଷ୍ଟିଚ୍ୟୁସନରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପୂର୍ବପ୍ରାନ୍ତ ଅଧ୍ୟକ୍ଷ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଏହାର ଲକ୍ଷ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ରାଷ୍ଟ୍ରୀୟ ସବୁଜ ପ୍ରାଧିକରଣ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଆଦର୍ଶ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସମ୍ୱନ୍ଧରେ ଆଲୋକପାତ କରିଥିଲେ । କୌସ୍ତୁଭ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନସର ପ୍ରତିଷ୍ଠାତା ପ୍ରଭାତ ରଞ୍ଜନ ମଲ୍ଲିକ, ସଞ୍ଜୟ ପଣ୍ଡା, ସିଦ୍ଧାନ୍ତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply