ଭାରତୀୟ ମଜଦୁର ସଂଘର ୭୦ତମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପର ଦୀପତରଙ୍ଗ କ୍ଲବ ଠାରେ ମଙ୍ଗଳବାର ବିଦ୍ୟୁତ କର୍ମଚାରୀ ସଂଘ ସହବନ୍ଧିତ ଭାରତୀୟ ମଜୁଦୁର ସଂଘ (ବିଏମଏସ) ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ର ଜିଏମ ଓ ଆଣ୍ଡ୍ ଏମ୍ ସତ୍ୟ ରାମକୃଷ୍ଣ ,ଏ.ଜେ ରାଜକୁମାର ,ହେଡ଼ ଅଫ ଏଚଆରେ ନବନିତ୍ କୁମାର, ମୁଖ୍ୟ ବକ୍ତା ଭାବେ ବିଏମଏସ ରାଜ୍ୟ ଅଧ୍ୟକ୍ଷ ବାଦଲ କୁମାର ମହାରଣା , ସମ୍ମାନିତ ଅତିଥି ଭାବେ ବିଏମଏସ ଜିଲା ସାଧାରଣ ସମ୍ପାଦକ ଅଜୟ କୁମାର ପାଢ଼ୀ,କଣିହାଁ ତହସିଲଦାର ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।ବିଦ୍ୟୁତ୍ କର୍ମଚାରୀ ସଂଘ ସମ୍ପାଦକ ଶୁଭେନ୍ଦୁ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।ସଂଘର ଏପରି ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏପରି ସାମାଜିକ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମୁଖ୍ୟ ବକ୍ତା ଶ୍ରୀ ମହାରଣା ପରାମର୍ଶ ଦେଇଥିଲେ ଓ ଶେଷରେ ଏନଟିପିସି ମଜ଼ଦୁର ମହାସଂଘର ସାଧାରଣ ସମ୍ପାଦକ ତଥା ବିଦ୍ୟୁତ କର୍ମଚାରୀ ସଂଘ ସଭାପତି ବିରେନ୍ଦ୍ର କୁମାର କାନୁନଗୋ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରେର ଏକ ରକ୍ତଦାନ ଶିବିର ଅୟୋଜନ ହୋଇଥିଲା । ତାଳେଚର ରକ୍ତଭଣ୍ଡାର ପକ୍ଷରୁ ୬୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏନଟିପିସି ସମେତ ବ୍ଲକ ଅଞ୍ଚଳରେ ଥିବା ଏମସିଏଲ, ଜେଆଇଟିପିଏଲ ଶ୍ରମିକ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମଚାରୀଙ୍କ ସହିତ ଡିଏଭି ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସପାଲଙ୍କ ସହିତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅଶୋକ ସାହୁ, ଦୟାନିଧି ଗଡ଼ନାୟକ,ପଞ୍ଚାନନ ସାହୁ, ସରୋଜ ସାହୁ,ଦଶରଥ ସାହୁ, ପ୍ରଶାନ୍ତ ବେହେରା, ହୃଦାନନ୍ଦ ସାହୁ, ବିନୋଦ ସାହୁ,ମଦନ ସାହୁ,ସନାତନ ସାହୁ, ଯଦୁମଣି ସାହୁ,ରମାକାନ୍ତି ପ୍ରଧାନ ,ଦିପ୍ତିମୟୀ ସାହୁ, ଅଶାନ୍ତି ରାଉଳଙ୍କ ସମେତ ବିଦ୍ୟୁତ୍ କର୍ମଚାରୀ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *