ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ଜେଜେ ବାପା ଓ ଜେଜେ ମା ପୂଜନ କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ୱତୀ ଶିଶୁ ଶିକ୍ଷା ମନ୍ଦିରରେ ପୂଜ୍ୟ ପୂଜାର ମହାନ ପରମ୍ପରାକୁ ସମ୍ମାନ ଦେଇ ଜେଜେ ବାପା ଓ ଜେଜେ ମା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ପ୍ରଧାନଆ·ର୍ଯ୍ୟ ନାରାୟଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ଗଙ୍ଗାଧର ମିଶ୍ର ଓ ସାଧନାର ସ୍୍ୱରୂପ ସମ୍ପାଦକ ଦେବବ୍ରତ ଦେବତା ସମ୍ମାନିତଅତିଥି ଭାବେ ଯୋଗ ଦେଇ କୋମଳମତି କୁନି ପିଲାମାନଙ୍କ ଲାଳନପାଳନ ସହ ସଠିକ ମାର୍ଗ ଦର୍ଶନରେ ଜେଜେ ବାପା ଓ ଜେଜେ ମାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଜୀବନରେ ଭଲ ମଣିଷ ହେବା ପାଇଁ ପିଲାମାନେ ଜେଜେ ବାପା ଓ ଜେଜେ ମାଙ୍କୁ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ସହକାରୀ ପ୍ରଧାନଆ·ର୍ଯ୍ୟ ଅଜିତ କୁମାର ମଲ୍ଲିକ ସ୍ୱାଗତଭାଷଣ ଓ ପ୍ରଭୁଦ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଭାଗ୍ୟଶ୍ରୀ ପରିଡା ଧନ୍ୟବାଦ ଦେଇଥିଲେ ଓ ଏଇ ଅବସରରେ କୁନି କୁନି ପିଲାମାନେ ଜେଜେ ବାପା ଓ ଜେଜେ ମାଙ୍କୁ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ସୂତାର, ସୁଲୋଚନା ମିଶ୍ର, ପ୍ରିୟମ୍ବଦା ପ୍ରଧାନ, ସ୍ୱର୍ଣ୍ଣମୟୀ ଶତପଥୀ, ପ୍ରଭାସ ବେହେରା, ସୁଚିତ୍ରା ମହାନ୍ତି, ରୀନା ନାୟକ, ଭାଗ୍ୟଶ୍ରୀ ମହାନ୍ତି, ସ୍ନିଗ୍ଧା ପରିଡା, ଇତିଶ୍ରୀ ଦାସ, ଅନିତା ବାରିକ, ସାଗରୀକା ଦାଶ, ଅର୍ପିତା ସାମଲ, ପ୍ରଭାତୀ ଦାସ ମମତା ଦେ ଓ କଳ୍ପନା ସେନାପତି ପ୍ରମୁଖ ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *