Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିହିଡ଼ି ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିହିଡ଼ି ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଶିଶୁ ବିଦ୍ୟାମନ୍ଦିରର ତ୍ରୟଦଶତମ ବାର୍ଷିକ ଉତ୍ସବ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସଭାପତି ନିଶାକର ନାୟକଙ୍କ ପୌରୋହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଭାବେ ଧାମନଗର କଲେଜ ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ଧୈର୍ଯ୍ୟବାନ ହେଲେ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚô ପାରିବେ । ଜହ୍ନ ଓ ମନ ସମନ୍ୱୟରେ ରହିଲେ ବିଦ୍ୟାର୍ଥୀ ନିଶ୍ଚିତ ଭାବେ ଲକ୍ଷ୍ୟ ପୂରଣ କରିପାରିବେ । ଶିଶୁ ବିଦ୍ୟାମନ୍ଦିରର ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଶୃଙ୍ଖଳିତ ମଣିଷ ଭାବେ ଗଢ଼ି ତୋଳି ପାରିବ ବୋଲି କହିଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଅଚାର୍ଯ୍ୟ ନରେଶ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କୃପାସିନ୍ଧୁ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ସହସମ୍ପାଦକ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ପୁରାତ ପରିଚାଳନା କମିଟି କର୍ମକର୍ତ୍ତା ଡ. ଲକ୍ଷ୍ମୀଧର ତ୍ରିପାଠୀ, ପ୍ରିୟବ୍ରତ ପାଢ଼ୀ, ବସନ୍ତ କୁମାର ମହାପାତ୍ର, କାବେରୀ ମଲ୍ଲିକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଶିଶୁ ବିଦ୍ୟାମନ୍ଦିରର କୃତୀ ଛାତ୍ରଛାତ୍ରୀମାନଙ୍କୁ ବିମ୍ବାଧର ସ୍ମାରକୀ ମେଧା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଯଯାତି କେଶରୀ ଦାସ ଓ ପ୍ରଶାନ୍ତ ପାଣିଗ୍ରାହୀ, ଭବାନିଶଙ୍କର ଆଚାର୍ଯ୍ୟ, ସଂଜୀବ ପତି, ସନ୍ତୋଷ ଜେନା, ସସ୍ମିତା ପାଣିଗ୍ରାହୀ, କୁମୁଦିନୀ ସାମଲ, କଳ୍ପନା ବିଶ୍ୱାଳ, ଦିଲୀପ ପାଣିଗ୍ରାହୀ, ଅନୁପମା ରାଉଳ, ଶୁଭଶ୍ରୀ ସାମନ୍ତ ପ୍ରମୁଖ ଗୁରୁଜୀ, ଗୁରୁମା ଏବଂ ଶିକ୍ଷାକର୍ମଚାରୀମାନେ ସହଯୋଗ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସୋମନାଥ ପାଢ଼ୀ, ବିଭୂତି ଭୂଷଣ ସେନାପତି, ସମାଜସେବୀ ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଜୟନ୍ତ କୁମାର ନାୟକ, ବୁଦ୍ଧଦେବ ଜେନା, ଉମାକାନ୍ତ ଦାସ, କୈଳାସ ବେହେରା, ନିରଂଜନ ବାରିକ, ଦୀପକ ସ୍ୱାଇଁ, କେଶବ ବେହେରା, କିଶୋର କୁମାର ନାୟକ, କମଳାକାନ୍ତ ବଳ ପ୍ରମୁଖଙ୍କ ସମେତ ଅଭିଭାବକ ଅଭିଭାବିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply