Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଝାରସୁଗୁଡା ସହରର ହିନ୍ଦୁ ସେବା ସମିତି ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଝାରସୁଗୁଡା ସହରର ହିନ୍ଦୁ ସେବା ସମିତି ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ଝାରସୁଗୁଡା ଝାରସୁଗୁଡା ସହରର ହିନ୍ଦୁ ସେବା ସମିତି ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ୨ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତାମୂଳକ ଭାବେ ପାଳନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ବିରାଟ ବାଇକ୍ ଶୋଭାଯାତ୍ରାରେ ବିଟିଏମ୍ରୁ ବାହାରି ସହର ମୁଖ୍ୟମାର୍ଗ ଦେଇ ମନମୋହନ ଏମ୍ଇ ସ୍କୁଲ୍ ପଡିଆରେ ପହଞ୍ଚôଥିଲା । ସେଠାରୁ ପୁଣି ଫେରି ସହର ପରିକ୍ରମା କରିଥିଲେ । ଏହିପରି ଅନ୍ୟ ଗୋଷ୍ଠୀ ସରବାହାଲ ହାଇସ୍କୁଲ୍ ସମ୍ମୁଖରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ମନମୋହନ ସ୍କୁଲ୍ ପଡିଆରେ ପହଞ୍ଚô ସେଠାରୁ ପୁଣି ସହର ମୁଖ୍ୟମାର୍ଗ ଦେଇ କାଳୀ ମନ୍ଦିର ରାସ୍ତାରେ ଯାଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀର ନେତୃତ୍ୱ ଭାଜପା ରାଜ୍ୟ ସମ୍ପାଦକ ଟଙ୍କଧର ତି୍ରପାଠୀ ନେଇଥିବାବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ୱ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଓ ଝିଅ ଦୀପାଳି ନେଇଥିଲେ । ଏହିପରି ବେଲପାହାଡ ରାଷ୍ଟ୍ରୀୟ ନବବର୍ଷ ସମାରୋହ ସମିତି ତରଫରୁ ବାଇକ୍ ଶୋଭାଯାତ୍ରା, କଳସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ମୁଖ୍ୟ ଅତିଥି ଡା. ଟିକେ ଦାଶ, ଡା.ପିକେ ପଟେଲ, ଡା.ନକୁଳ ସାମଲ ଓ ସନ୍ତୋଷ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Reply