ଜୀବଟରାମ ଭଗବାନ ଦାସ କୃପାଳିନୀ

ଜୀବଟରାମ ଭଗବାନ ଦାସ କୃପାଳିନୀ ଜଣେ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା ଥିଲେ। ଦର୍ଶନ ଶାସ୍ତ୍ର ଓ ଇତିହାସର ଜଣେ ଲୋକପ୍ରିୟ ବ୍ୟାଖ୍ୟାକାର ଥିଲେ।

ଆଚାର୍ଯ୍ୟ କୃପାଳନୀ ନୀତିନିଷ୍ଠ ରାଜନୈତିକ ବ୍ୟବସ୍ଥାର ପ୍ରାଣପ୍ରତିଷ୍ଠାତା ଥିଲେ। ନେହେରୁଙ୍କ ଶାସନ କାଳରେ ରାଜନୀତିର ଭୁଲ୍ ନୀତି ଏବଂ ପରମ୍ପରାକୁ ସେ ସର୍ବଦା ବିରୋଧ କରୁଥିଲେ।

ନିଜ ଜୀବନର ଏକ ବଡ଼ ଭାଗ କଂଗ୍ରେସରେ ବିତାଇବା ପରେ, ଯେତେବେଳେ ସେ କଂଗ୍ରେସ ଉପରେ ନେହେରୁଙ୍କ ପ୍ରଭାବ ଏବଂ ଏକ ଦଳ ଭାବରେ ଏହାର ନୈତିକ ଅଧୋପତନ ଦେଖିଲେ…

ତେବେ ଏହାକୁ ଛାଡ଼ିବାରେ ସେ ତିଳେମାତ୍ର ସନ୍ଦେହ କରିନଥିଲେ। କିଷାନ ମଜଦୂର ପ୍ରଜା ପାର୍ଟି ଗଠନ କରି ଏବଂ ପରେ ଏହାକୁ ପ୍ରଜା ସମାଜବାଦୀ ପାର୍ଟିରେ ମିଶ୍ରଣ କରି ସେ ନିଜର ପନ୍ଥା ନିଜେ ସ୍ଥିର କରିଥିଲେ।

ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶ ଉପରେ ଲଦିଦିଆଯାଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *