Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜନସଂଖ୍ୟାରେ ଭାରତ ୧ ନମ୍ବର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜନସଂଖ୍ୟାରେ ଭାରତ ୧ ନମ୍ବର

ନୂଆଦିଲ୍ଲୀ: ଭାରତ ଏବେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯାଇଛି । ଲୋକସଂଖ୍ୟା ତୁଳନାରେ ପଡୋଶୀ ଦେଶ ଚୀନକୁ ଟପିଯାଇଛି ଭାରତ । ଚାଇନା ତୁଳନାରେ ଭାରତରେ ୩୦ ଲକ୍ଷ ଅଧିକ ଲୋକ ରହିଛନ୍ତି । ଏ ନେଇ ବୁଧବାର ମିଳିତ ଜାତିସଂଘ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ (ଟଘୠଚଇ) ପକ୍ଷରୁ ଜାରି ‘ବିଶ୍ୱ ଜନସଂଖ୍ୟା ରିପୋର୍ଟ ୨୦୨୩’ ଅନୁଯାୟୀ ଏବେ ଭାରତର ମୋଟ ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ଥିବା ବେଳେ ଚୀନରେ ୧୪୨ କୋଟି ୫୭ ଲକ୍ଷ ଜନତା ବସବାସ କରୁଛନ୍ତି । ଅର୍ଥାତ୍ ଚୀନ ତୁଳନାରେ ଭାରତରେ ପାଖାପାଖି ୩୦ ଲକ୍ଷ ଜନତା ଅଧିକ ରହିଛନ୍ତି । ୧୯୫୦ ମସିହାରୁ କ୍ରମାଗତ ଭାବେ ବିଭିନ୍ନ ଦେଶର ଜନସଂଖ୍ୟା ତଥ୍ୟ ରଖିଆସୁଛି ସଂଯୁକ୍ତ ରାଷ୍ଟ୍ର । ସେବେଠାରୁ ଏବେ ଯାଏଁ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିଛି । ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଗଣମାଧ୍ୟମ ପରାମର୍ଶଦାତା ଅନ୍ନା ଜେଫରିଜ୍ କହିଛନ୍ତି, ‘ଜନସଂଖ୍ୟାରେ ଭାରତ କେବେ ଚୀନକୁ ଟପିଲା ତାହାର ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଭାରତ ଏବେ ଚୀନ ଠାରୁ ଜନବହୁଳ ରାଷ୍ଟ୍ର ହୋଇଯାଇଛି । ଦୁଇ ଦେଶରେ ଜନଗଣନା ପ୍ରକ୍ରିୟା ଭିନ୍ନ ହୋଇଥିବାରୁ ସ୍ପଷ୍ଟ ତଥ୍ୟ ରଖିବା କଠିନ ବ୍ୟାପାର’ । ଚୀନର ଜନସଂଖ୍ୟା ବୃଦ୍ଧି ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଅନ୍ୟପଟେ ଭାରତର ଜନସଂଖ୍ୟା ବର୍ତ୍ତମାନ ବଢିଚାଲିଛି । ଅବଶ୍ୟ ୧୯୮୦ ପରେ ଭାରତର ଜନସଂଖ୍ୟା ବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହେଉଛି । ରିପୋର୍ଟ ଅନୁଯାୟୀ ଭାରତର ୨୫ ପ୍ରତିଶତ ଜନସଂଖ୍ୟା ୦-୧୪ ବର୍ଷ ମଧ୍ୟରେ ରହିଛି । ସେହିଭଳି ୨୬% ଜନତା ୧୦-୨୪ ବର୍ଷ ବୟସ ମଧ୍ୟରେ ରହିଥିବା ବେଳେ ୬୮% ଜନତାଙ୍କ ବୟସ ୧୫- ୬୪ ବର୍ଷ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂଖ୍ୟା ୭% ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ଯାହା କି ୧୦ ବର୍ଷ ପୂର୍ବରୁ ଅର୍ଥାତ୍? ୨୦୦୧ ମସିହାରେ ୧.୭% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ୧୨୮ କୋଟି ଥିବା ବେଳେ ଚୀନର ୧୩୭ କୋଟି ଥିଲା । ସେହିଭଳି ୨୦୦୮ରେ ଭାରତର ଜନସଂଖ୍ୟା ୧୧୪ କୋଟି ଥିବା ବେଳେ ଚୀନ ଜନସଂଖ୍ୟା ଥିଲା ୧୩୦ କୋଟି । ତେବେ ଜନସଂଖ୍ୟା ବୃଦ୍ଧି ଅନୁପାତକୁ ଦୃଷ୍ଟିରେ ରଖିଲେ ଭବିଷ୍ୟତରେ ଚୀନକୁ ଢେର୍ ପଛରେ ପକାଇବ ଭାରତ । ୨୦୪୦ ବର୍ଷକୁ ଆନୁମାନିକ ଭାବେ ନେଲେ ଭାରତର ମୋଟ ଜନସଂଖ୍ୟା ୧୫୨ କୋଟି ଟପିଯାଇଥିବ । ସେହି ତୁଳନାରେ ଚାଇନାର ଜନସଂଖ୍ୟା ୧୪୫ କୋଟି ଥିବ ।

Leave a Reply