Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚମ୍ପୁଆ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତୀ ଓ ପୂର୍ବଛାତ୍ର ସମ୍ମିଳନୀ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚମ୍ପୁଆ ଶିଶୁ ମନ୍ଦିରରେ ନେତାଜୀ ଜୟନ୍ତୀ ଓ ପୂର୍ବଛାତ୍ର ସମ୍ମିଳନୀ ଅନୁଷ୍ଠିତ


ଚମ୍ପୁଆ: ସ୍ଥାନୀୟ ସରସ୍ତୀ ଶିଶୁ ବିଦ୍ୟା ମନ୍ଦିରଠାରେ ନୋତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ତଥା ପୂର୍ବ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନେ ଭବିଷ୍ୟତର ନାଗରିକ । ଏକ ସମୃଦ୍ଧ ଭାରତ ଗଠନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶା, ଉତ୍ତର ସମ୍ଭାଗର ସମ୍ପାଦକ ଗଙ୍ଗାଧର କର ଯୋଗଦେଇ ଦୁଇ ଓଡ଼ିଆ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଆ·ର୍ଯ୍ୟ ଧରଣୀଧର ଦାସ ପୂର୍ବ ଛାତ୍ରଛାତ୍ରୀ ସମ୍ମିଳନୀର ଆଭିମୁଖ୍ୟ କଥନ କରିଥିଲେ । ସଭାପତି ରମାକାନ୍ତ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଛାତ୍ରଛାତ୍ରୀ ପରସ୍ପର ଜଡ଼ିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପସଭାପତି ସଦାନନ୍ଦ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସମ୍ପାଦକ ଅଜିତ କୁମାର ରାମ, ସଦସ୍ୟା ପ୍ରଭାସିନୀ ନାଏକ ଆଦି ମଞ୍ଚାସିନ ଥିଲେ । ସହପ୍ରଧାନ ଆ·ର୍ଯ୍ୟ ବ୍ରଜ କିଶୋର ମହାନ୍ତ ଅତିଥି ପରିଚୟ ଓ ସ୍ୱଗତ ଭାଷଣ ପ୍ରଦାନ କରିଥିଲେ । ଏ ଅବସରରେ ସରକାରୀ ବୃତ୍ତି, ପଠାଣି ସାମନ୍ତ ମେଧା ବୃତ୍ତି, ଏନ. ଆର୍. ଟି. ଏସ୍, ଆଦି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ସମସ୍ତ ଆ·ର୍ଯ୍ୟ ଆ·ର୍ଯ୍ୟା ଓ ସେବକ ସେବିକା ସହଯୋଗ କରିଥିଲେ ।

Leave a Reply