ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ବାଲ୍ ଓ କନ୍ୟା ଶିବିର

ଚମ୍ପୁଆ : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାଲ୍ ଓ କନ୍ୟା ଶିବିର ବିଦ୍ୟାଳୟ ପରିଶରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରର ମୁଖ୍ୟ ଅତିଥି ଭାବେ ପୁର୍ବତନ ପ୍ରଧ୍ୟାପକ ଗିରିଜା ଶଙ୍କର କର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର ପ୍ରଧାନ ଅଚାର୍ଯ୍ୟ ଧରଣୀଧର ଦାସ, ପରିଚାଳନା ସଭାପତି ରମାକାନ୍ତ ପ୍ରଧାନ, ସମ୍ପାଦକ ଭୋଳାନାଥ ମିଶ୍ର, ଅଜିତ ରାମ, ସଦାନନ୍ଦ ଦେହୁରୀ, ପ୍ରଭାସିନି ନାଏକ ପ୍ରମୂଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହିତ ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବା, ସୃଙ୍ଖଳିତ ବ୍ୟବହାର ଦ୍ୱାରା ଜଣେ ଛାତ୍ର ଉତମ ନାଗରୀକ ଭାବେ ନିଜକୁ ପ୍ରତିପାଦନ କରିପାରିବ ବୋଲି ଅତିଥିମାନେ ମତ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ସୃଜନ ଶିଳତାର ବିକାଶ ନିମନ୍ତେ ଚିତ୍ରାଙ୍କନ, ବକୃତା, ଇଂରାଜୀ ବକୃତା, ଭାଷଣ, କବିତା ଲିଖନ, ଏକକ ନୃତ୍ୟ ଓ ଖାଦ୍ୟ ପ୍ରସ୍ତୁତି ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *