ଗୋମାତା ସନାତନ ସଂସ୍କୃତିର ମୂଳ ଉତ୍ସ

ଖୋର୍ଦ୍ଧା:ଗୋ ମାତା ହିନ୍ଦୁ ଧର୍ମ ତଥା ସନାତନ ସଂସ୍କୃତିର ମୂଳ ଉତ୍ସ । ୩୩ କୋଟି ଦେବା ଦେବୀ ଗୋ ମାତାର ଶରୀରରେ ବିଦ୍ୟମାନ ବୋଲି ବେଦ, ବେଦାନ୍ତ ଗୀତା ତଥା ବିଭିନ୍ନ ପୁରାଣରେ ବର୍ଣ୍ଣିତ କରାଯାଇଛି । ଯେଉଁଠାରେ ଏକ ଗାଈ ର ବସତି ରହେ ସେ ସ୍ଥାନ ପବିତ୍ର ହୋଇଥାଏ । ଗୋ ମାତା ଦାନ ବଦଳରେ ପ୍ରତିଦାନ ଚାହିଁନଥାଏ । ଆଜି ଖୋର୍ଦ୍ଧା ନିକଟସ୍ଥ ପୁବୁସାଇ ଠାରେ ଶ୍ରୀ ରାମକୃଷ୍ଣ ଗୋସେବା କେନ୍ଦ୍ରର ଶୁଭ ଉଦ୍ଘାଟନ ଉତ୍ସବ ହିନ୍ଦୁ ନବବର୍ଷ ଚୈତ୍ର ମାସର ପ୍ରତିପଦା ଦିବସରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୋ ସେବା କେନ୍ଦ୍ର ପରିସରରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞ ରେ ପୁରୋଧା ଭାବେ ଗୋ ସେବା କେନ୍ଦ୍ରର ସଂଯୋଜକ ରାଧେଶ୍ୟାମ ଭଗତ ବସିଥିବା ବେଳେ ଗୋ ସେବା କେନ୍ଦ୍ରର ସଭ୍ୟ ସର୍ବଶ୍ରୀ ଓଁ ଛୋଟରାୟ,ସୁଜିତ ମିଶ୍ର, କେଶବ ଚନ୍ଦ୍ର ସାହୁ, ଆଶିଷ ବିଭୁଦେନ୍ଦ୍ର ଛୋଟ୍ଟରାୟ, ଉଦିତ୍ୟ ପ୍ରହରାଜ, ଶୁଭମ ପ୍ରସାଦ ରାମ, ବିକାଶ ସ୍ୱାଇଁ, ତାପଷ କୁମାର ସାମନ୍ତରାୟ,ସୁଜିତ ବିଶ୍ୱାଳ, ସଂଜିତ ମହାପାତ୍ର, ମାର୍ଗଦର୍ଶୀର ସମ୍ପାଦକ ଉମାଶଙ୍କର ପ୍ରସାଦ, ସାମ୍ବାଦିକ ପ୍ରଦୀପ ବେହେରା, ନାରାୟଣ ମହାନ୍ତି, ଜିଲ୍ଲା ଧରିତ୍ରୀ ପ୍ରତିନିଧି ପ୍ରଭାତ ପାଣିଗ୍ରାହି, ଓ ଟି ଭିର ପ୍ରତିନିଧି ବଳରାମ ଲେଙ୍କା, ସମରେନ୍ଦ୍ର ସାମନ୍ତରାଏ,ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଗୋ ସେବା କେନ୍ଦ୍ରର ସମସ୍ତ ସଭ୍ୟଙ୍କର ଏପରି ସୁନ୍ଦର ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *