ଉଦଳା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ ଓ ବିଶେଷ କାର୍ଯ୍ୟକ୍ରମ

ବାରିପଦା: ଉଦଳା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରତିବର୍ଷ ପରି ଚୈତ୍ର ଶୁକ୍ଳ ପ୍ରତିପଦ, ଇଂରାଜୀ ମାର୍ଚ୍ଚ ୨୨ ତାରିଖ ବୁଧବାର ଦିନ ଖୁବ୍ ଆନନ୍ଦ ଉଲ୍ଲାସ ମ୍ମରେ ରାଷ୍ଟ୍ରୀୟ (ହିନ୍ଦୁ) ନବବର୍ଷ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରଭାତରେ ଶିକ୍ଷାକେନ୍ଦ୍ରର ଗୁରୁଜୀ , ଗୁରୁମା ଓ ଛାତ୍ର ଛାତ୍ରୀ ମାନେ ମା’ ସରସ୍ୱତୀଙ୍କ ବିଗ୍ରହରେ ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ ପୁର୍ବକ ବେଦମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଅଜିତ କୁମାର ମହାପାତ୍ର ଅ୍ମକ୍ଷତା କରି ଆଜିଠାରୁ କଳିଯୁଗାବ୍ଦ- ୫୧୨୫, ବିକ୍ରମ ସମ୍ବତ- ୨୦୮୦ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ । ଚିନ୍ମୟ ମିଶନ, ଉଦଳା ଶାଖାର ବ୍ରହ୍ମଚାରୀ ଅଚୁ୍ୟତ ଚୈତନ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଜିର ଦିବସରେ ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଆରମ୍ଭ ହୋଇଥିଲା ଏବଂ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ମ୍ମ ଆଜିର ଦିବସରେ ହୋଇଥିଲା ବୋଲି ବ୍ୟକ୍ତ କରିଥିଲେ । ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା

Leave a Reply

Your email address will not be published. Required fields are marked *