Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖାଆନ୍ତୁ ଓ ଖୁଆନ୍ତୁ:ଆମ୍ବ ମଣ୍ଡା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖାଆନ୍ତୁ ଓ ଖୁଆନ୍ତୁ:ଆମ୍ବ ମଣ୍ଡା

ଆବଶ୍ୟକ ସାମଗ୍ରୀ: ଆମ୍ବ ରସ, ରାଶି, ଭଜା ବାଦାମ, ଗୁଡ଼, ଗୋଲମରିଚ, ଗୁଜରାତି, ଲବଙ୍ଗ ଗୁଣ୍ଡ, ଚାଉଳ ଚୁନା ଓ ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆମ୍ବରୁ ରସ ବାହାର କରି ଏକ ପାତ୍ରରେ ରଖନ୍ତୁ । ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ କରେଇକୁ ଆଞ୍ଚରେ ବସାନ୍ତୁ । କରେଇ ଗରମ ହେବା ପରେ ସେଥିରେ ଗୁଡ଼ ପକାନ୍ତୁ । ଗୁଡ଼ ଫୁଟିଗଲା ପରେ ସେଥିରେ ରାଶି ଓ ଭଜା ବାଦାମକୁ ପକାଇ ଗୋଳାଇ ଦିଅନ୍ତୁ । ପରେ ସେଥିରେ ଗୋଲମରିଚ ଓ ଗୁଜରାତି ଗୁଣ୍ଡ ପକାଇ ଦିଅନ୍ତୁ । ଏହାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ । ଏହାପରେ ଅନ୍ୟ ଏକ କରେଇରେ ପାଣି ଗରମ କରି ସେଥିରେ ଗୁଡ଼, ଗୋଲମରିଚ, ଗୁଜରାତି, ଲବଙ୍ଗ ଗୁଣ୍ଡ ପକାଇ ଫୁଟାନ୍ତୁ । ପାଣି ଫୁଟି ଆସିଲେ ସେଥିରେ ଆମ୍ବ ରସ ମିଶାନ୍ତୁ । ଆମ୍ବ ରସ ଫୁଟିବା ପରେ ସେଥିରେ ଚାଉଳ ଚୁନା ପକେଇ ଜନ୍ତୁଣି କରନ୍ତୁ । ଏହାପରେ ଏହି ଜନ୍ତୁଣିକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ । ଏବେ ଜନ୍ତୁଣିରେ ପୂର୍ବରୁ ପ୍ରସ୍ତୁତ ପୁରକୁ ଦେଇ ମଣ୍ଡା ପିଠା ଆକାରରେ ଗଢ଼ି ରଖନ୍ତୁ । ପରେ ଇଟଲି ଛାଞ୍ଚରେ ପାଣି ଗରମ କରି ତେଲ ମାରି ଗଢ଼ା ଯାଇଥିବା ପିଠାକୁ ରଖି ୨୦ରୁ ୨୫ ମିନିଟ୍ ବାମ୍ଫରେ ସିଝାନ୍ତୁ । ଏହାପରେ ଇଟଲି ଛାଞ୍ଚକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ ଏବଂ ପିଠା ଗୁଡ଼ିକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆମ୍ବ ମଣ୍ଡା ।

Leave a Reply