କୈଳାସ ମାନସରୋବର ଯାତ୍ରା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ

ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ଦଳ ଆସନ୍ତା ୩୦ ତାରିଖର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ବାହାରି ଜୁଲାଇ ୫ ତାରିଖରେ ଧାରଚୁଲା ବେସ୍ କ୍ୟାମ୍ପ ଠାରେ ପହଞ୍ଚିବ। ପାହାଡ଼ିଆ ଦୁର୍ଗମ ରାସ୍ତାରେ ଚିକିତ୍ସା ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ, ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ଧରଣର ୨୦ ପ୍ରକାରର ରୋଗ ପାଇଁ ଔଷଧ ବହନ କରିବାକୁ ଅନୁମତି ଦିଆଯାଇଛି। କେବଳ ଏତିକି ନୁହେଁ, ପ୍ରତ୍ୟେକ ତୀର୍ଥଯାତ୍ରୀ ଦଳ ସହିତ ଏକ ୫ ଜଣିଆ ସେବା ଦଳ ରହିବ। ଯେଉଁଥିରେ ଜଣେ ଡାକ୍ତର ଏବଂ ୪ ଜଣ ରୋଷେୟା ରହିବେ। ଏଥର ସବୁଠାରୁ କଠୋର ନିୟମ ହେଉଛି ଯଦି ଡାକ୍ତର, କୌଣସି ତୀର୍ଥଯାତ୍ରୀଙ୍କୁ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଅନୁପଯୁକ୍ତ ବୋଲି ମନେ କରନ୍ତି, ତାହେଲେ ସମଗ୍ର ଦଳକୁ ସେହି ସ୍ଥାନରୁ ଫେରିବାକୁ ହେବ।

Leave a Reply

Your email address will not be published. Required fields are marked *