Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ରାପଡା ନଗର ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ରାପଡା ନଗର ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

କେନ୍ଦ୍ରାପଡ଼ା: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ କେନ୍ଦ୍ରାପଡା ନଗର ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ବୁଧବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସାନ୍ତସାହିସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଙ୍ଘ ଚାଳକ ନିହାରରଞ୍ଜନ ପଣ୍ଡା ଓ ମୁଖ୍ୟବକ୍ତା ଭାବେ କଟକର ବିଭାଗ ବୈାଦ୍ଧିକ ପ୍ରମୁଖ ବିଜୟ କୁମାର ନାୟକ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟବକ୍ତା ଶ୍ରୀ ନାୟକ ହିନ୍ଦୁ ନବବର୍ଷର ପାଳନ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ଉସôବ ପରେ ପରେ ଦେଶାତ୍ମବୋଧକ କବିତା ପାଠୋସôବ ଏବଂ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସ୍ୱୟଂସେବକ ଓ ବୁଦ୍ଧିଜିବିମାନେ ଯୋଗଦେଇଥିଲେ ।

Leave a Reply