Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଶ୍ମୀରର ଲୋକମାନେ ଏବେ ବିକାଶର ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଶ୍ମୀରର ଲୋକମାନେ ଏବେ ବିକାଶର ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି

ଶ୍ରୀନଗର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨୦୨୨ରେ ଜମ୍ମୁ-କଶ୍ମୀର ସ୍ଥିତିକୁ ନେଇ ଦେଇଥିବା ବୟାନ ଆଧାରରେ ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୋଟିଏ ରିପୋର୍ଟ ପ୍ରକାଶ କରିଛି । ଶାହଙ୍କ ଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ଉପରେ ସୁରକ୍ଷାକର୍ମୀଙ୍କ ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବେ ରହିଛି । ସେହିପରି ଏକଦା ଟେରୋରିଷ୍ଟ ହଟସ୍ପଟ ଭାବେ ପରିଚିତ ଜମ୍ମୁକଶ୍ମୀର ଏବେ ଟୁରିଷ୍ଟ ହଟସ୍ପଟରେ ପରିଣତ ହୋଇଛି । ମନ୍ତ୍ରଣାଳୟ ତା’ର ୨୦୨୨ ଇୟର ଏଣ୍ଡ ସମୀକ୍ଷା ରିପୋର୍ଟରେ ଦାବି କରିଛି ଯେ ୨୦୨୨ ଅକ୍ଟୋବର ୫ ସୁଦ୍ଧା କଶ୍ମୀରକୁ ୨୨ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ । ତେବେ ସ୍ଥାନୀୟ ପ୍ରଶାସନ କହିଛି ଯେ ନଭେମ୍ବର ୨୪ ସୁଦ୍ଧା ୨୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ମନ୍ତ୍ରଣାଳୟ କହିଛି, ଜମ୍ମୁ-କଶ୍ମୀରକୁ ପର୍ଯ୍ୟଟକ ଆସୁଥିବାରୁ ହଜାର ହଜାର ଯୁବକ ଚାକିରି ପାଇଛନ୍ତି । ୨୦୨୧ରେ ଜମ୍ମୁ-କଶ୍ମୀରରେ ଆତଙ୍କୀ ଘଟଣା ୪୫% ହ୍ରାସ ପାଇଛି । ୨୦୧୮ରେ ୪୧୭ ଆତଙ୍କୀ ଘଟଣା ଘଟିଥିବା ବେଳେ ୨୦୨୧ରେ ଏହା ୨୨୯କୁ ଖସିଛି । ସମାନ ସମୟରେ ସହିଦ ଯବାନଙ୍କ ସଂଖ୍ୟା ୯୧ରୁ ହ୍ରାସ ପାଇ ୪୨ରେ ପହଞ୍ଚିଛି । ଉପତ୍ୟକାରେ କୌଣସି ପ୍ରକାରର ପଥର ମାଡ଼ ଘଟଣା ଘଟିନି । କଶ୍ମୀରର ଲୋକମାନେ ଏବେ ବିକାଶର ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ଉପତ୍ୟକାରେ ବିକାଶ ହେଉଥିବାରୁ ଆତଙ୍କୀ କାର୍ଯ୍ୟକଳାପ ୫୪%, ସହିଦଙ୍କ ସଂଖ୍ୟା ୮୫% ଓ ଆତଙ୍କବାଦୀ ସଂଗଠନରେ ସାମିଲ ହେବା ସଂଖ୍ୟା ୨୨% ହ୍ରାସ ପାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ।

Leave a Reply