Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଣ୍ଟେନର ଭର୍ତ୍ତି ଗୋମାଂସ ଜବତ : ୨ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଣ୍ଟେନର ଭର୍ତ୍ତି ଗୋମାଂସ ଜବତ : ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଠାରେ ବାରମ୍ବାର ଗୋ ହତ୍ୟା ଓ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହା ଥମିବାର ନାମ ନେଉ ନାହିଁ । ଏଭଳି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ଗତ ରାତିରେ ଏକ କଣ୍ଟେନରରେ ଭର୍ତ୍ତି କରାଯାଇ ଗୋ ମାଂସ ଚାଲାଣ ସମୟରେ ସ୍ଥାନୀୟ ଲୋକେ ଧରିବା ସହିତ ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗ ନିବାସୀ ଗାଡିର ଚାଳକ ମଫିଜୁଲ ମଜ୍ଜି ଓ ହେଲପର ନଜିମୁଲ ମୁଲ୍ଲାଙ୍କୁ ଅଟକ ରଖିଛି । ଏ ସର୍ମ୍ପକରେ ସଦର ପୁଲିସ କହିଛି ଯେ, ଗୋ ମାଂସ ଚାଲାଣ ସନେ୍ଦହରେ ଏକ ଟ୍ରକକୁ ଧରାଯାଇଛି । ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ଥାନାଧିକାରିଣୀ କହିଛନ୍ତି । ସମ୍ବଲପୁର ଜିଲ୍ଲା ଭେଟନାରୀ ହସ୍ପିଟାଲର ଡେପୁଟି ଡାଇରେକ୍ଟର ଡ. ଦୀପକ କୁମାର ମହନ୍ତ କହିଛନ୍ତି ଯେ, ପୁଲିସ ଦ୍ୱାରା ସୂଚନା ପାଇବା ପରେ ମୁଁ ଏଠାକୁ ଯାଞ୍ଚ ପାଇଁ ଆସିଥିଲି । କଣ୍ଟେନରରେ ବଡ ବଡ ମାଂସ ଖଣ୍ଡ ଗୁଡିକ ଭର୍ତ୍ତି ହୋଇ ରହିଛି । ନମୁନା ସଂଗ୍ରହ କରାଯାଇଛି ଏବଂ ଲାବ୍ରୋଟାରୀକୁ ଯାଞ୍ଚ ପାଇଁ ପଠା ଯାଉଛି । ସେଠାରୁ ରିପୋର୍ଟ ଆସିଲେ ଯାଇ ଏହା କେଉଁ ଜୀବ କି ଜନ୍ତୁର ମାଂସ ଜଣାପଡିବ ବୋଲି ଡ. ମହନ୍ତ କହିଛନ୍ତି । ଏ ସର୍ମ୍ପକରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ସୁଧିର ରଞ୍ଜନ ବହିଦାର କହିଛନ୍ତି ଯେ, ସ୍ଥାନୀୟ ଯୁବକ ମାନେ ଖବର ଦେଇଥିଲେ ଯେ, ଗୋଟିଏ ଗୋ ମାଂସ ଭର୍ତ୍ତି କଣ୍ଟେନର ଧରାଯାଇଛି । ତେବେ ୨ଟି ଟ୍ରକ ଖସି ଯାଇଛନ୍ତି । ଏହି ଚାଲାଣ ସମ୍ବଲପୁରର ସୁନାପାଲି ଓ ମୋତିଝରନ ଅଞ୍ଚଳରୁ କରାଯାଉଥିଲା । ଗାଡିଟି ଦ୍ରୁତଗତିରେ ଧନକଉଡା ପଟରୁ ଆସୁଥିବା ବେଳେ ସନେ୍ଦହରେ ସ୍ଥାନୀୟ ଲୋକେ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ତାହା ଫେରାର ମାରିବାର ଚେଷ୍ଟା କରିଥିଲା । ତେବେ ଗାଡି ଧରାପଡିବା ପରେ ସେଠାରେ ବରଫ ପଠାଇବା ନାମରେ ଗୋ ମାଂସ ଚାଲାଣ ହେଉଥିବାର ଦେଖିବାକୁ ମିଳିଥିଲା ଏବଂ ପୁଲିସକୁ ଖବର ଦିଆଯାଇଥିଲା ।

Leave a Reply