Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ ଉପକଣ୍ଠରେ ଆଜି ସକାଳେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଚାରି ଜଣ ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ନିକଟରୁ ସାତଟି ଏକେ-୪୭ ରାଇଫଲ, ଗୋଟିଏ ଆମେରିକା ନିର୍ମିତ ଏମ୪ ରାଇଫଲ, ତିନିଟି ପିସ୍ତଲ ଏବଂ ଗ୍ରେନେଡ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ସିଦ୍ରା ବାଇପାସ୍ ଅଞ୍ଚଳର ତାୱି ବ୍ରିଜ୍ ନିକଟରେ ସକାଳ ୭ଟାରୁ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଯେତେବେଳେ ସୁରକ୍ଷା ବାହିନୀ ଏହିଅଞ୍ଚଳ ଦେଇ ଯାଉଥିବା ଏକ ଟ୍ରକ୍ର ସନ୍ଦଗ୍ଧ ଗତିବିଧିକୁ ଚିହ୍ନଟ କରିଥିଲେ । ସୁରକ୍ଷା କର୍ମୀମାନେ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇବାବେଳେ ଟ୍ରକ ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଏବଂ ସୁରକ୍ଷା ବାହିନୀର ପାଲଟା ଗୁଳି ଚାଳନାରେ ନିହତ ହୋଇଥିଲେ । ଟ୍ରକ୍ର ସନ୍ଦଗ୍ଧ ଗତିବିଧିକୁ ଦେଖିବା ପରେ ସୁରକ୍ଷା କର୍ମୀମାନେ ଚେକ୍ ପୋଷ୍ଟରେ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇଥିଲା । ସୁରକ୍ଷା ବାହିନୀ ଟ୍ରକର ତଲାସୀ ନେବାବେଳେ ଟ୍ରକ ଭିତରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଲିଚାଳନା ଆରମ୍ଭ କରିଥିଲେ ଯେଉଁଥିରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜମ୍ମୁର ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ ମୁକେଶ ସିଂ କହିଛନ୍ତି ।

Leave a Reply