Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ନୀଳଗିରି : ନୀଳଗିରି ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଆମ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ଜୟନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଯୋଗ ଦେଇ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷକୁ ଭୁଲି ଇଂରାଜୀ ନବବର୍ଷକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଥିବାବେଳେ ଆଜିର ସମାଜର ଲୋକମାନେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବାଳନକୁ ନିଜ ମାନସପଟରୁ ଭୁଲିଯାଇଥିବା ବେଳେ ଶ୍ୟାମସୁନ୍ଦରପୁରର ଆମ ସଂସ୍କୃତି ବିକାଶ ମଞ୍ଚ ରାଷ୍ଟ୍ରୀୟ ନବବର୍ଷକୁ ଅତି ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳନ କରୁଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଡ. ଅକ୍ଷୟ କୁମାର ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅଜିତ ପାଣିଗ୍ରାହୀ ଯୋଗ ଦେଇଥିଲେ । ମନୋଜ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ସମାପ୍ତି ପରେ ୧୦୧ ବାଇକ ଗେରୁଆ ପତାକା ଧାରଣ କରି ସମଗ୍ର ଶ୍ୟାମସୁନ୍ଦରପୁର ପଂଚାୟତ ପରିକ୍ରମା କରିଥିଲେ । ଏତଦ୍ସହିତ ପାଂଚ ଶହରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକାଶ ମଂଚର ସଂପାଦକ ଚିତ୍ତରଂଜନ ବିଶ୍ୱାଳ, ସଂଗଠନ ସଂପାଦକ ଜ୍ଞାନ ରଂଜନ ଜେନା, ସଂଗଠନର ଆବାହକ ମୁକ୍ତିକାନ୍ତ ବାରିକ, ସହ ସଂପାଦକ ରାଧାମାଧବ ଜେନା, ସଦସ୍ୟ ବୃନ୍ଦାବନ ବାରିକ, କୈଳାସ ରାଉତ, ରାଜା ରାଉତ, ସନାତନ ପାତ୍ର, ରାଜା ପଣ୍ଡା, ପରମାନନ୍ଦ ସାମଲ, ରାଜକିଶୋର ସ୍ୱାଇଁ ଶଶିକାନ୍ତ ବାରିକ, ବୁଲୁ ବାରିକ, ସୌମ୍ୟରଂଜନ ଜେନା, ଗୌରମାଧବ ଜେନା, ମଧୁ ମାଧବଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply