ଗଣେଶ ଚତୁର୍ଥୀ। ଯାହା ଆସ୍ଥା ସହିତ ସାମାଜିକ ଏକତା ଏବଂ ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ମଧ୍ୟ ଏକ ପର୍ବ ଅଟେ।

ବିଘ୍ନହର୍ତ୍ତା ଏବଂ ଋଦ୍ଧି-ସିଦ୍ଧିଙ୍କ ଅଧିଷ୍ଠାତା, ପ୍ରଥମ ପୂଜ୍ୟ ଦେବ, ଭଗବାନ ଗଣେଶଙ୍କ ପ୍ରାକଟ୍ୟର ପବିତ୍ର ପର୍ବ ହେଉଛି — ଗଣେଶ ଚତୁର୍ଥୀ। ଯାହା ଆସ୍ଥା ସହିତ ସାମାଜିକ ଏକତା ଏବଂ ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ମଧ୍ୟ ଏକ ପର୍ବ ଅଟେ।

ପର୍ବର ମହତ୍ତ୍ୱ ଓ ପୂଜାବିଧି: ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଉଥିବା ଏହି ପର୍ବ, ଭଗବାନ ଶ୍ରୀ ଗଣେଶଙ୍କ ପ୍ରାକଟ୍ୟର ସ୍ମରଣ କରାଏ। ଭଗବାନ ଗଣପତିଙ୍କୁ ବିଘ୍ନହର୍ତ୍ତା, ବୁଦ୍ଧି, ବିବେକ ଏବଂ ଶୁଭାରମ୍ଭର ଦେବତା ଭାବରେ ପୂଜା କରାଯାଏ।

ଏହି ଦିନ ଘରମାନଙ୍କରେ ଏବଂ ସାର୍ବଜନୀନ ପଣ୍ଡାଲମାନଙ୍କରେ ଗଣେଶ ପ୍ରତିମା ସ୍ଥାପନ କରାଯାଇ, ବିଧିବଦ୍ଧ ଭାବରେ ପୂଜା, ଆରତି ଏବଂ ମୋଦକ ସହିତ ବିଭିନ୍ନ ନୈବେଦ୍ୟ ଅର୍ପଣ କରାଯାଏ। ନିଜର ପରମ୍ପରା ଅନୁସାରେ, ଭକ୍ତମାନେ ଦେଢ଼, ତିନି, ପାଞ୍ଚ, ସାତ କିମ୍ବା ଦଶ ଦିନ ପର୍ଯ୍ୟନ୍ତ ଗଣପତିଙ୍କ ଆରାଧନା କରନ୍ତି ଏବଂ ଶେଷରେ ଗଣେଶ ବିସର୍ଜନ କରନ୍ତି।

ମହାରାଷ୍ଟ୍ରର ଗଣେଶୋତ୍ସବ ଓ ଇତିହାସ: ମହାରାଷ୍ଟ୍ରରେ ଗଣେଶୋତ୍ସବର ରୂପ ସବୁଠାରୁ ଭବ୍ୟ ଦୃଶ୍ଯମାନ ହୁଏ। ଘରେ ଘରେ ସ୍ଥାପନଠାରୁ ଆରମ୍ଭ କରି ବିଶାଳ ସାର୍ବଜନୀନ ମଣ୍ଡପ ଏବଂ ଅନନ୍ତ ଚତୁର୍ଦ୍ଦଶୀର ବିସର୍ଜନ ପର୍ଯ୍ୟନ୍ତ ଏହି ପର୍ବ ସମାଜକୁ ଏକସୂତ୍ରରେ ବାନ୍ଧିଥାଏ। ୧୮୯୩ ମସିହାରେ ଲୋକମାନ୍ୟ ତିଲକ ଏହାକୁ ସାର୍ବଜନୀନ ରୂପ ଦେଇ ସାମାଜିକ ଏକତାକୁ ଏକ ନୂତନ ଶକ୍ତି ପ୍ରଦାନ କରିଥିଲେ।

ବିଭିନ୍ନ ରାଜ୍ୟରେ ପର୍ବର ପରମ୍ପରା:

  • କର୍ଣ୍ଣାଟକ: ଏଠାରେ ‘ଗୌରୀ-ଗଣେଶ ହବ୍ବା’ (ପର୍ବ) ର ପରମ୍ପରା ରହିଛି, ଯେଉଁଠାରେ ଗଣେଶ ଚତୁର୍ଥୀର ଗୋଟିଏ ଦିନ ପୂର୍ବରୁ ମାତା ଗୌରୀଙ୍କ ପୂଜନ କରାଯାଏ।
  • ଗୋଆ: ଏହି ପର୍ବକୁ ‘ଚାଭୋଥ୍’ କୁହାଯାଏ। ଏଠାରେ ଘରମାନଙ୍କରେ ମାଟିର ପ୍ରତିମା ସ୍ଥାପନ କରି ପାରମ୍ପରିକ ବିଧି ଅନୁଯାୟୀ ପୂଜା ଏବଂ ବିସର୍ଜନ କରାଯାଏ।
  • ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା: ଏଠାରେ ଏହାକୁ ‘ବିନାୟକ ଚବିଥି’ କୁହାଯାଏ। ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ‘କନିପକମ୍ ବିନାୟକ ମନ୍ଦିର’ ଏହି ଆସ୍ଥାର ଏକ ପ୍ରମୁଖ କେନ୍ଦ୍ର ଅଟେ।
  • ଦକ୍ଷିଣ ଭାରତ: ତାମିଲନାଡୁ ସମେତ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ମଧ୍ୟ ବିନାୟକ ଚତୁର୍ଥୀ ଶ୍ରଦ୍ଧା ଓ ପାରମ୍ପରିକ ରୀତିନୀତିରେ ପାଳନ କରାଯାଏ।

ଉପସଂହାର: ବିବିଧ ପରମ୍ପରା ଏବଂ ଭିନ୍ନ ଭିନ୍ନ ରୂପରେ ପୂଜା ପାଉଥିବା ଭଗବାନ ଗଣପତି, ଆମର ସେହି ସାଂସ୍କୃତିକ ଏକତାର ପ୍ରତୀକ ଅଟନ୍ତି, ଯାହା ସମାଜର ବିଭିନ୍ନ ବର୍ଗକୁ ଶ୍ରଦ୍ଧା ଏବଂ ସଦ୍ଭାବର ଏକସୂତ୍ରରେ ବାନ୍ଧିଥାଏ।

ଗଣପତି ବାପ୍ପା ମୋରୟା!

Leave a Reply

Your email address will not be published. Required fields are marked *