Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରମ ପୂଜନୀୟ ସରସଂଘଚାଳକଙ୍କ ଚାରି ଦିନିଆ ରାଜସ୍ଥାନ ଗସ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରମ ପୂଜନୀୟ ସରସଂଘଚାଳକଙ୍କ ଚାରି ଦିନିଆ ରାଜସ୍ଥାନ ଗସ୍ତ

 

ଜୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘ ଚାଳକ ଡା.ମୋହନ ଭାଗବତ ଚାରି ଦିବସୀୟ ରାଜସ୍ଥାନ ଗସ୍ତରେ ଯାଇ ଶୁକ୍ରବାର ଦିନ ଜୟପୁରରେ ପହଁଚିଛନ୍ତି । ଡା. ଭାଗବତ  ଅକ୍ଟୋବର ୩ ଓ ୪ ଦୁଇ ଦିନ ଧରି ଜୟପୁର ଓ ୫ ଓ ୬ ଦୁଇ ଦିନ ଧରି କୋଟାରେ ରହିବେ ।   

ଜୟପୁରରେ ଡା, ଭାଗବତ କମ୍ କମ୍ କାର୍ଯ୍ୟକର୍ତାମାନଙ୍କ ସହିତ ଛୋଟ ଛୋଟ ସମୂହରେ ଅନୈାପଚାରିକ ବାର୍ତାଳାପ କରିବେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପ୍ରାନ୍ତ ବୈଠକକୁ ଦୁଇ ଭାଗରେ ବିଭକ୍ତ କରାଯାଇ  ଅଲଗା ଅଲଗା ଦିନରେ ସେବା ସଦନରେ ବୈଠକ ହେବ । ପ୍ରଥମ ଦିନ ବୈଠକରେ ସଂଘର କାର୍ଯ୍ୟବିଭାଗର କାର୍ଯ୍ୟକର୍ତା ରହିବେ । ଦ୍ୱିତୀୟ ଦିନ ବୈଠକରେ  ପର୍ଯ୍ୟାବରଣ, କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ଗୋ ସମ୍ବର୍ଦ୍ଧନ ଆଦି ଗତିବିଧିର କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିବେ । 

ଡା. ମୋହନ ଭାଗବତ ଅକ୍ଟୋବର ୫ ତାରିଖ ଦିନ କୋଟା ଯିବେ । ଅକ୍ଟୋବର ୬ ତାରିଖ ଦିନ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତୋପନ୍ତୋ ଠେଙ୍ଗଡିଜୀଙ୍କ ଜନ୍ମ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେବେ । 

Leave a Reply