Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ଆରଏସ୍ଏସ୍ ର ସେବାକାର୍ଯ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ଆରଏସ୍ଏସ୍ ର ସେବାକାର୍ଯ୍ୟ


ଭୁବନେଶ୍ୱର,୪/୬: ଓଡିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାଧିକ ସ୍ୱୟଂସେବକ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସଂଗଠନର ସ୍ୱୟଂସେବକମାନେ ପ୍ରାୟ ୫୦୦ ୟୁନିଟ୍ ରକ୍ତ ଦାନ କରିଛନ୍ତି । ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ସବୁଥର ପରି ସଂଘର ସ୍ୱୟଂସେବକମାନେ ପ୍ରଥମେ ଘଟଣାସ୍ଥଳରେ ପହଁଚିଥିଲେ । ଏନ୍ଡିଆରଏଫ୍ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଁଚିବା ପୂର୍ବରୁ ସ୍ୱୟଂସେବକମାନେ ସଂଧ୍ୟା ୭.୩୦ ସୁଦ୍ଧା ସେଠାରେ ପହଁଚିଥିଲେ । ଦୁର୍ଘଟଣା ଘଟିଥିବା ନିକଟସ୍ଥ ବାହାନାଗା ଗାଁରେ ସଂଘର ଶାଖା ଥିବା କାରଣରୁ ପ୍ରଥମେ କମ୍ ସଂଖ୍ୟାରେ ସ୍ୱୟଂସେବକ ପହଁଚି ଥିଲେ । କିନ୍ତୁ ରାତି ବେଳକୁ ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ସ୍ୱୟଂସେବକ ଦୁର୍ଘଟଣାସ୍ଥଳରେ ପହଁଚି ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ ପ୍ରଶାସନ ଏବଂ ଯବାନମାନଙ୍କୁ ସାହାଯ୍ୟ କରିଥିଲେ । ଉଦ୍ଧାର କାର୍ଯ୍ୟରେ ଯେପରି ବିଳମ୍ବ ନହେଉ ସେଥିପାଇଁ ସ୍ୱୟଂସେବକମାନେ ଅଟୋ ଏବଂ ମୋଟରସାଇକେଲ ମାଧ୍ୟମରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାନେବା ଆରମ୍ଭ କରିଦେଇଥିଲେ । ସ୍ୱୟଂସେବକମାନେ ପ୍ରତିକୂଳ ପରିସ୍ଥିତିରେ ବଗି ଭିତରକୁ ଯାଇ ରାତିସାରା ଆହତମାନଙ୍କୁ ସ୍ଥାନାନ୍ତର କରିବାରେ ଲାଗିଲେ ଏବଂ ଅନ୍ୟ ସ୍ୱୟଂସେବକମାନେ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ।
ସଂଘର ପ୍ରାନ୍ତ ପ୍ରଚାରପ୍ରମୁଖ ରବି ନାରାୟଣ ପଣ୍ଡା କହିଛନ୍ତି ଯେ, ସ୍ୱୟଂସେବକମାନେ ପ୍ରଶାସନ ଏବଂ ଯବାନମାନଙ୍କ ସହିତ ମିଶି ଏହି ର୍ଦୁଘଟଣାରେ ଫସି ରହିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ବଗି ଭିତରୁ ବାହାରକୁ ବାହାର କରିଥିଲେ । ସ୍ୱୟଂସେବକମାନେ ଆହତ ଯାତ୍ରୀଙ୍କୁ ବାହାରକୁ ବାହାର କରିବା ସହିତ ଆମ୍ବୁଲାନ୍ସରେ ବସାଇବା କାର୍ଯ୍ୟ ମଧ୍ୟ କରିଥିଲେ । ଆହତ ଯାତ୍ରୀମାନଙ୍କୁ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସଂଘର ବାଲେଶ୍ୱର ବିଭାଗ ପ୍ରଚାରକ ଚନ୍ଦ୍ରଶେଖର ମହାପାତ୍ରଙ୍କ ତତ୍ୱାବଧାନରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସେବାକାର୍ଯ୍ୟରେ ନିୟୋଜିତ ଥିଲେ । ଏଠାରେ ଆହତମାନଙ୍କ ପାଇଁ ସ୍ୱୟଂସେବକମାନଙ୍କ ତରଫରୁ ରକ୍ତଦାନ ଆରମ୍ଭ କରାଯାଇଥିଲା । ପ୍ରାୟ ୩୦୦ ସ୍ୱୟଂସେବକ ରକ୍ତଦାନ କରିଥିଲେ । ସେହିଭଳି କିଛି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ ଏବଂ ସୋର ଚିକିତ୍ସାଳୟକୁ ନିଆଯାଇଥିଲା । ଏଠାରେ ମଧ୍ୟ ସ୍ୱୟଂସେବକମାନେ ପହଁଚି ଆହତ ଯାତ୍ରୀଙ୍କ ସେବାରେ ଲାଗିପଡିଥିଲେ । ଏହି ଡାକ୍ତରଖାନା ଗୁଡିକରେ ମଧ୍ୟ ସ୍ୱୟଂସେବକମାନେ ରକ୍ତଦାନ କରିବା ସହିତ ଆହତ ଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ରକ୍ତ ଯୋଗାଇ ଦେଇଥିଲେ ।
ଘଟଣା ସ୍ଥଳରୁ ଡାକ୍ତରଖାନା ପର୍ଯ୍ୟନ୍ତ ସ୍ୱୟଂସେବକମାନେ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ୱୟଂସେବକମାନେ ବଗି ମଧ୍ୟରୁ ମୃତଦେହ ଗୁଡିକ ବାହାର କରିଥିଲେ । ଆହତ ଯାତ୍ରୀଙ୍କୁ ବଗି ଭିତରୁ ବାହାର କରି ଆମ୍ବୁଲାନ୍ସରେ ନେଇ ଡାକ୍ତରଖାନାରେ ଭର୍ତି କରିଥିଲେ । ରକ୍ତ, ଖାଦ୍ୟ ଏବଂ ଜଳର ବ୍ୟବସ୍ଥା ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ, ସ୍ୱୟଂସେବକମାନେ ମଧ୍ୟ ଆହତମାନଙ୍କ ସମ୍ପର୍କୀୟମାନଙ୍କୁ ସେମାନଙ୍କ ମୋବାଇଲ ମାଧ୍ୟମରେ କଥାବାର୍ତା କରାଇଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ହିନ୍ଦୁ ଜାଗରଣ ମଂଚ, ବଜରଙ୍ଗ ଦଳ, ସେବାଭାରତୀର ଶତାଧିକ ସ୍ୱୟଂସେବକ ନିରନ୍ତର ଭାବରେ ସାହାଯ୍ୟ କାର୍ଯ୍ୟରେ ନିୟୋଜିତ ଥିଲେ ।
ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ସାହାଯ୍ୟ କରିବାରେ ସ୍ୱୟଂସେବକମାନେ ନିୟୋଜିତ ଥିଲେ । ସେହିଭଳି କଟକ ଏସ୍.ସି,ବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସଂଗଠନର ସେବା ବିଭାଗ ସହିତ ଜଡିତ ସ୍ୱୟଂସେବକମାନେ ସକ୍ରିୟ ରହିଥିଲେ । ଏହି ଆହତ ଯାତ୍ରୀମାନଙ୍କୁ ସେବା ଯୋଗାଇବା ସହିତ ସ୍ୱୟଂସେବକମାନେ ମଧ୍ୟ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବା ଏବଂ ସେମାନଙ୍କୁ ସୂଚନା ଦେବା କାର୍ଯ୍ୟରେ ନିୟୋଜିତ ଥିଲେ । ସଂଗଠନର କ୍ଷେତ୍ରସେବା ପ୍ରମୁଖ ଜଗଦୀଶ ପ୍ରସାଦ ଖାଡଙ୍ଗା ଏବଂ ପ୍ରାନ୍ତ ସେବାପ୍ରମୁଖ ଶାନ୍ତନୁ ମାଝି ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏହି ସେବାକାର୍ଯ୍ୟ ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିଲା ।

Leave a Reply