Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ବାୟୁସେନାର ଆଉ ଏକ ମାଇଲଖୁଣ୍ଟ ସମୁଦ୍ରରେ ଅବତରଣ କଲା ସି-୧୩୦ଜେ ବିମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ବାୟୁସେନାର ଆଉ ଏକ ମାଇଲଖୁଣ୍ଟ ସମୁଦ୍ରରେ ଅବତରଣ କଲା ସି-୧୩୦ଜେ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଛି ଆଉ ଏକ ବଡ ସଫଳତା । ନାଇଟ୍ ଭିଜନ୍ ଗଗଲ୍ସ ସହାୟତାରେ ରାତି ସମୟରେ ଇଷ୍ଟର୍ଣ୍ଣ ସେକ୍ଟରରେ ସଫଳ ଭାବେ ଅବତରଣ କରିଛି ବାୟୁସେନାର ସି୧୩୦ଜେ ବିମାନ । ଏହା ଭବିଷ୍ୟତରେ ଭାରତକୁ ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲାରେ ସହାୟକ ହେବ । ଭାରତୀୟ ବାୟୁସେନାର ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଅବତରଣ ବେଳର ଦୁଇଟି ଭିଡ଼ିଓକୁ ରେକର୍ଡ କରାଯାଇ ସେୟାର କରାଯାଇଛି । ଏହା ପୂର୍ବରୁ ଭାରତୀୟ ବାୟୁସେନା ସି-୧୩୦ଜେ ସୁପର ହର୍କ୍ୟୁଲ୍ସ ବିମାନକୁ ରାତିରେ କାର୍ଗିଲ ଏୟାରଷ୍ଟ୍ରିପରେ ସଫଳ ଅବତରଣ କରିଥିଲା । ଏହି ସମୟରେ ବାୟୁସେନାର କମାଣ୍ଡୋଙ୍କୁ ମଧ୍ୟ ସୁପର ହର୍କ୍ୟୁଲ୍ସ ବିମାନରେ କାର୍ଗିଲକୁ ପଠାଯାଇଥିଲା । ଏହାପୂର୍ବରୁ ବାୟୁସେନା ପାଇଲଟ୍‌ମାନେ ଉତ୍ତରାଖଣ୍ଡର ଧରାସୁ ଠାରେ ସୁପର ହର୍କ୍ୟୁଲ୍ସ ବିମାନକୁ ସଫଳତାର ସହ ଅବତରଣ କରିଥିଲେ ।

Leave a Reply