Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ



ଭୁବନେଶ୍ୱର : ଆମ ସଂସ୍କୃତି ଓ ଅସ୍ଥିତ୍ୱର ପରିଚୟ ହେଉଛି ଶବ୍ଦ ଓ ସାହିତ୍ୟ ବୋଲି ବିଶିଷ୍ଟ ଲେଖିକା ଓ କବି ତଥା ଜୟପୁର ଜାତୀୟ ସାହତ୍ୟ ମହୋତ୍ସବର ସହ-ପ୍ରତିଷ୍ଠାତା ନମିତା ଗୋଖଲେ ପ୍ରକାଶ କରିଛନ୍ତି । ଜାନୁଆରୀ 2 ତାରିଖ ଦିନ ଅଷ୍ଟାଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ତ୍ରୟୋଦଶ ପତ୍ରିକା ହାଟ ଅବସରରେ ନୀଳିମାରାଣୀ ସାହିତ୍ୟ ସମ୍ମାନ ଗ୍ରହଣ କରି ଶ୍ରୀମତୀ ଗୋଖଲେ କହିଲେ, ମଣିଷର ଭାବାବେଗ ହେଉଛି ଶବ୍ଦ । ଶଦ୍ଦ ଓ ସାହିତ୍ୟ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ସମସ୍ତଙ୍କ ଜୀବନରେ ମାତୃଭାଷାର ଗୁରୁତ୍ୱ ରହିଛି । ତେବେ ଅନ୍ୟ ସବୁ ଭାଷାର ଆଦର ରହିବା ଉଚିତ୍‌ । ଜ୍ଞାନ ବାଣ୍ଟିଲେ ବଢ଼େ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ମାଧବ କୌଶିକ କହିଲେ, ଭାରତୀୟ ସାହିତ୍ୟକୁ ଅନ୍ୟ କେତେକ ଭାଷାର ବହୁ ଯୋଗଦାନ ରହିଛି । ଏ କ୍ଷେତ୍ରରେ ଓଡ଼ିଆ ଭାଷାର ସର୍ବୋଚ୍ଚ ଯୋଗଦାନ ରହିଛି । ଫକୀର ମୋହନ ସେନାପତି ହେଉଛନ୍ତି ଆମ ସାହିତ୍ୟର ସେନାପତି । କାଦମ୍ବିନୀ ପତ୍ରିକାର ପ୍ରୟାସ ପ୍ରଶସଂନୀୟ ବୋଲି ଶ୍ରୀ କୌଶିକ କହିଥିଲେ । ହୃଦୟରୁ ବାହାରୁଥିବା ଶବ୍ଦ ସକାରାତ୍ମକ ବୋଲି ଅନ୍ୟତମ ଅତିଥି ବିଶିଷ୍ଟ ଅଭିନେତା ସଚିନ୍‌ ପିଲଗାଁଓକର୍‌ କହିଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଜାଣିବାକୁ ହେଲେ ସମସ୍ତେ ଓଡ଼ିଶା ଆସିବା ଉଚିତ୍‌ ବୋଲି ସେ କହିଥିଲେ । ଆମେ ଯେତେ ଭାଷା ଜାଣିଲେ ମଧ୍ୟ ମାତୃଭାଷାକୁ ଭୁଲିଯିବା ଉଚିତ୍‌ ନୁ୍‌ହେଁ । ସାହିତ୍ୟ ଓ ସଂସ୍କୃତି ମାଧ୍ୟମରେ ସଦ୍‌ଭାବନା ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସୁପ୍ରିୟପିଲଗାଁଓକର୍‌ କହିଥିଲେ । ମରାଠୀ ସାହିତ୍ୟିକା ଓ ସମାଜସେବୀ ଦୀପା ଦେଶମୁଖ କହିଲେ, ସବୁଭାଷା ଭିତରେ ମାତୃଭାଷାର ସ୍ଥାନ ସବୁଠୁ ଉଚ୍ଚରେ । ବିଜ୍ଞାନ ଆମକୁ ଦୃଷ୍ଟି ଓ ଦୃଷ୍ଟିକୋଣ ଦେଇଥାଏ । କଳା ଓ ସାହିତ୍ୟ ଆମର ଭାବାବେଗକୁ ପରିପ୍ରକାଶ କରିଥାଏ । କାଦମ୍ବିନୀ ସାହିତ୍ୟ ସମ୍ମାନ ଗ୍ରହଣ କରିବା ଅବସରରେ ବିଶିଷ୍ଟ ଲେଖିକା ଓ ଔପନ୍ୟାସିକା ସୁସ୍ମିତା ବାଗ୍‌ଚୀ କହିଲେ, ମଣିଷର ଭାବାବେଗର ଐତିହାସିକ ହେଉଛନ୍ତି ସାହିତ୍ୟିକ । ମଣିଷର ଭାବାବେଗକୁ ସାହିତ୍ୟିକ ରୂପ ଦେଇଥାଏ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କାଦମ୍ବିନୀର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଲେ, ପତ୍ରିକାଟିଏ କରିବା ଓ ତାକୁ ବଞ୍ଚାଇ ରଖିବା କଷ୍ଟକର ବ୍ୟାପାର ଏବଂ ଏକ ଫିଚର ପତ୍ରିକା ପ୍ରକାଶ କରିବା ଆହୁରି କଷ୍ଟକର । ତେବେ ଗତ ୨୩ ବର୍ଷ ଧରି କାଦମ୍ବିନୀ ନିୟମିତ ଭାବେ ପ୍ରକାଶ ପାଇବା ସହ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିବାରୁ ସେ କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଓ କାଦମ୍ବିନୀ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ବିଭିନ୍ନ କାରଣ ବିଶେଷକରି ଆର୍ଥିକ ଅସୁବିଧାରୁ ଅନେକ ଓଡ଼ିଆ ପତ୍ରିକା ବନ୍ଦ ହୋଇଯାଉଛି । ଏହି ପରିପେକ୍ଷୀରେ କାଦମ୍ବିନୀ ପ୍ରକାଶନ ମାଧ୍ୟମରେ ଏଭଳି ୨୦ରୁ ୨୫ଟି ଦୁସ୍ଥ ପତ୍ରିକାକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

Leave a Reply