ଆପଲକୁ ସରକାରଙ୍କ ନୋଟିସ୍

ନୂଆଦିଲ୍ଲୀ: ଫୋନ୍ ହ୍ୟାକିଂ ନେଇ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଥିବାବେଳେ, ବିଜେପି ମଧ୍ୟ ପାଲଟା ଜବାବ ଦେଇଛି । ଏହାରି ମଧ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ, ସାମ୍ବାଦିକ ଏବଂ ବିରୋଧୀ ନେତାଙ୍କ ଫୋନ୍ ହ୍ୟାକିଂ ସହ ଜଡ଼ିତ ମେସେଜ୍ ମାମଲାରେ ଆପଲକୁ ନୋଟିସ୍ ପଠାଇଛନ୍ତି । ଆଇଟି ସଚିବ ଏସ କ୍ରିଷ୍ଣନ କହିଛନ୍ତି ଯେ, ଭାରତୀୟ କମ୍ପ୍ୟୁଟର ଇମରଜେନ୍ସୀ ରେପ୍ସନ ଟିମ୍ ମାମଲାର ଯାଞ୍ଚ କରୁଛି । ସୂଚନାଯାଗ୍ୟ, ସରକାର ଏହି ଫୋନ୍ ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କରିଥିଲେ । ଫୋନ୍ ହ୍ୟାକିଂ ଅଭିଯୋଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାବି କରିଥିଲେ ଯେ, ଆପଲ ୧୫୦ ଦେଶରେ ଆଡଭାଇଜରୀ ଜାରି କରିଛି । ଆପଲ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । କମ୍ପାନିର ଅନୁମାନ ଆଧାରରେ ଏହି ଚେତାବନୀ ପଠାଇଛି । ସେହିଭଳି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି- ଆପଲକୁ ସ୍ପଷ୍ଟ କରିବା ଦରକାର ଯେ, ଡିଭାଇସ ସୁରକ୍ଷିତ ରହିଛି ।ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୧ରେ ଟିଏମସି ସାଂସଦ ମହୁଆ ମୋଇତ୍ରା, କଂଗ୍ରେସ ନେତା ଶଶି ଥରୁରଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏବଂ କିଛି ସାମ୍ବାଦିକଙ୍କୁ ଆପଲ ଏକ ସତର୍କ ମେସେଜ ପଠାଇଥିଲା । ଏଥିରେ କୁହାଯାଇଥିଲା ଯେ, ଆପଲକୁ ଲାଗୁଛି ସରକାର ପ୍ରାୟୋଜିତ ହ୍ୟାକର ଆପଣଙ୍କୁ ଫୋନ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି । ଏମିତି ହେଲେ ଆପଣଙ୍କ ଜରୁରୀ ସୂଚନା ସେମାନେ ହ୍ୟାକ୍ କରିପାରନ୍ତି ।

Leave a Reply

Your email address will not be published. Required fields are marked *