କଙ୍କଡ଼ାହାଡ଼ରେ ଦେଶୀ ବିହନ ମେଳା ଅନୁଷ୍ଠିତ

କଙ୍କଡ଼ାହାଡ଼ : ଦେଶୀ ବିହନର ମହତ୍ୱ, ଜୈବିକ ପ୍ରଣାଳୀରେ ଚାଷ, ଉତ୍ପାଦନ ସଂରକ୍ଷଣ ହୋଇ ପାରିଲେ କୃଷି କ୍ଷେତ୍ରରେ ଅଗ୍ରଗତି ହେବାସହ ଖାଦ୍ୟ ଅଭାବ ରହିବ ନାହିଁ । ବେକାରୀ ଯୁଗରେ ଚାକିରୀ ପଛରେ ନଗୋଡାଇ ଚାଷକୁ ଆଦରିଲେ ଚାଷର ବିକାଶ ହେଲେ ସମାଜର ବିକାଶ ହୋଇ ପାରିବ । କଙ୍କଡ଼ାହାଡ଼ ବ୍ଲକ ୩୫ଟି ଗ୍ରାମ ୬ ଟି ପଞ୍ଚାୟତରେ ହୋଇଛି ଜୈବିକ ଚାଷ, ସେଥିପାଇଁ ଉତ୍ପାଦିତ ବିକ୍ରୟ ସାଙ୍ଗକୁ ପୁରୀର ଦାଣ୍ଡ ମୁକୁନ୍ଦ ପୁରରେ ମା ମାଟି କେନ୍ଦ୍ର ସ୍ଥାପନ ହୋଇଛି, ବିଦେଶୀ ବିହନକୁ ଆଦରୀ ବିଭିନ୍ନ ରୋଗରେ ଆକ୍ରାନ୍ତ ମନୁଷ୍ୟ ଜୀବନ ସାରା ଔଷଧ ସେବନ ଓ ଡାକ୍ତର ଙ୍କ ପାଖକୁ ଯାଇ ଯାଇ ନିରାଶ ହୋଇ ଜୀବନ ଯାଉଛି । କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଙ୍କୁ ଏହି ଆଇ ସି ଆଈ ସଂଗଠନ ଦେଶୀ ବିହନ ଯୋଗାଇ ଆସୁଛି । କଙ୍କଡାହାଡ ଠାରେ ଆୟୋଜିତ ଦେଶୀ ବିହନ ମେଳା ର ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତିଙ୍କ ନିର୍ଦେଶରେ ବିଭିନ୍ନ ଅଞ୍ଚଳରୁ ଚାଷୀ ଯୋଗ ଦେଇଥିଲେ, ଏବଂ ଏହିମେଳା କଙ୍କଡ଼ାହାଡ଼ରେ ପ୍ରଥମ ଆୟୋଜନ, ଉକ୍ତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ମୁଖ୍ୟ ବକ୍ତାଭାବେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଦିପକ କୁମାର ମିଶ୍ର ସମ୍ମାନିତ ଅତିଥି କଙ୍କଡ଼ାହାଡ଼ ସରପଞ୍ଚ ଅନସୁୟା ସାହୁ ଗ୍ରାମ ସଭାପତି ପ୍ରକାଶ ବିଶ୍ୱାଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ କାର୍ତ୍ତିକ ସାହୁ, ବ୍ଲକ ସଂଯୋଜକ ଆଶୁତୋଷ ପଣ୍ଡା ଯୋଗ ଦେଇଥିଲେ । ସୂଯ୍ୟକାନ୍ତି ଦାସ ବିବରଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିତେନ୍ଦ୍ର ନାୟକ କାଯ୍ୟକ୍ରମ ଉପସ୍ଥାପନା କରିଥିଲେ ।

Leave a Reply

Your email address will not be published. Required fields are marked *