Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଡ଼କ ଦୁର୍ଘଟଣାରେ ରାଜ୍ୟରେ ଦିନକୁ ଯାଉଛି ୧୫ ଜୀବନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଡ଼କ ଦୁର୍ଘଟଣାରେ ରାଜ୍ୟରେ ଦିନକୁ ଯାଉଛି ୧୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ଦିନକୁ ହାରାହାରି ୧୫ ଜଣଙ୍କ ମୃତ୍ୟୁ ଘଟୁଛି । ଗତବର୍ଷ ରିପୋର୍ଟକୁ ଦେଖିଲେ ଏହା ଜଣାପଡ଼ୁଛି । ଗତବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫,୪୬୭ ଜଣ । ୨୦୨୧ ତୁଳନାରେ ୨୦୨୨ରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ୭.୬% ବଢ଼ିଛି । ସେହିପରି ରାଜ୍ୟରେ ଗୁରୁତର ଆହତଙ୍କ ହାର ରହିଛି ୪୬.୯%, ଯାହାକି ସର୍ବଭାରତୀୟ ହାର ଠାରୁ ଅଧିକ । ସାରା ଦେଶରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କ ହାର ରହିଛି ୩୬.୫% । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗୁରୁତର ଆହତଙ୍କ ସଂଖ୍ୟାକୁ ଦେଖିଲେ ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶାର ସ୍ଥାନ ୧୩ରେ ରହିଛି । ଦେଶରେ ପ୍ରତି ଘଣ୍ଟାରେ ହାରାହାରି ୫୩ଟି ସଡ଼କ ଦୁର୍ଘଟଣା ଘଟୁଛି । ସେହିପରି ପ୍ରତି ଘଣ୍ଟାରେ ଦେଶରେ ସଡ଼କ ଦୁର୍ଘଟଣାରେ ହାରାହାରି ୧୯ ଜଣଙ୍କ ଜୀବନ ଯାଉଛି । ୨୦୨୨ ସଡ଼କ ଦୁର୍ଘଟଣା ରିପୋର୍ଟରେ ଆସିଛି ଏଭଳି ତଥ୍ୟ । ଦିନକରେ ଦେଶରେ ୧୨୬୪ଟି ଦୁର୍ଘଟଣା ଘଟୁଥିବା ବେଳେ ୪୬୨ ଜଣକ ମୃତ୍ୟୁ ହେଉଛି । ୨୦୨୨ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଦେଶରେ ମୋଟ ୪ ଲକ୍ଷ ୬୧ ହଜାର ୩୧୨ଟି ଦୁର୍ଘଟଣା ହୋଇଛି । ଏଥିରେ ୧ ଲକ୍ଷ ୬୮ ହଜାର ୪୯୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଲକ୍ଷ ୪୩ ହଜାର ୩୬୬ ଜଣ ଆହତ ହେଇଛନ୍ତି । ୨୦୨୧ ତୁଳନାରେ ୨୦୨୨ରେ ଦେଶରେ ଦୁର୍ଘଟଣା ହାର ୧୧.୯% ବଢ଼ିଛି । ସେହିପରି ୨୦୨୧ ତୁଳନାରେ ମୃତ୍ୟୁ ହାର ୯.୪% ବଢ଼ିଥିବା ବେଳେ ଆହତ ହାର ୧୫.୩% ବଢ଼ିଛି । ୨୦୨୦-୨୧ ବର୍ଷରେ କୋଭିଡ ଯୋଗୁ ଦୁର୍ଘଟଣା ହାର କମ୍ ଥିଲା । ଦୁର୍ଘଟଣା ହାର ବୃଦ୍ଧି ଚିନ୍ତାର କାରଣ ସାଜିଛି ।

Leave a Reply