Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସୀୟ ପାରା କ୍ରୀଡ଼ାରେ ଦ୍ୱିତୀୟ ପଦକ ଜିତିଲେ ପ୍ରମୋଦ ଭଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସୀୟ ପାରା କ୍ରୀଡ଼ାରେ ଦ୍ୱିତୀୟ ପଦକ ଜିତିଲେ ପ୍ରମୋଦ ଭଗତ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ଚତୁର୍ଥ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ ଓ ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୬୪ରେ ପହଞ୍ଚିବା ସହିତ ସେଥିରେ ୧୫ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୯ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା । ତେବେ ଏହା ମଧ୍ୟରେ ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ । ପ୍ରମୋଦ ଓ ସୁକାନ୍ତ ଭଗତ ପୁରୁଷ ଡବଲ୍ସ ଏସଏଲ୩- ଏସଏଲ୪ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତୀୟ ଯୋଡ଼ି ସେମିଫାଇନାଲରେ ପ୍ରତିପକ୍ଷ ଇଣ୍ଡୋନେସିଆର ଯୋଡ଼ିଙ୍କ ଠାରୁ ପରାସ୍ତ ହେବା ପରେ ବ୍ରୋଞ୍ଜରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର କରିଥିଲା । ଏହା ପୂର୍ବରୁ ଗତକାଲି ତୃତୀୟ ଦିବସରେ ପ୍ରମୋଦ ଓ ମନିଷା ରାମା ଦାସ ମିକ୍ସଡ ଡବଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥିସହିତ ପ୍ରମୋଦ ଆଜି ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଥାଇଲାଣ୍ଡର ମଙ୍ଗଖୋନ ବୁନସୁନଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ଫଳରେ ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପରେ ପୁଣି ଏକ ରୌପ୍ୟ ପଦକ ଜିତିବା ନେଇ ସୁନିଶ୍ଚିତ କରିଛନ୍ତି ପ୍ରମୋଦ । ଫାଇନାଲରେ ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ ପ୍ରମୋଦ । ତିନୋଟି ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ପ୍ରମୋଦ । ଏହା ରାଜ୍ୟ ପାଇଁ ନିଶ୍ଚିତ ଭାବେ ବଡ଼ ଗର୍ବର ବିଷୟ ।

Leave a Reply