Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇଣ୍ଡିଆ ନାମ ତୁଳନାରେ ଭାରତ ନାମ ଦେଶବାସୀଙ୍କ ମନରେ ଦେଶାତ୍ମବୋଧ ଭାବକୁ ସୁଦୃଢ଼ କରୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇଣ୍ଡିଆ ନାମ ତୁଳନାରେ ଭାରତ ନାମ ଦେଶବାସୀଙ୍କ ମନରେ ଦେଶାତ୍ମବୋଧ ଭାବକୁ ସୁଦୃଢ଼ କରୁଛି

ରାଜନୀତିକ ସ୍ୱାର୍ଥ ବଡ଼ ନା ଦେଶର ଏକତା – ଅଖଣ୍ଡତା ବଡ଼? ସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆରଟି) ପ୍ୟାନେଲ୍ ପୁସ୍ତକଗୁଡ଼ିକରେ ଆଇଏନ୍‌ଡିଆଇଏ ତଥା ଇଣ୍ଡିଆ ନାମକୁ ଭାରତକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛି । ବର୍ତ୍ତମାନ ଏହାକୁ ନେଇ ଦେଶର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । କଂଗ୍ରେସ ନେତା ତଥା କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏବଂ ଆମ୍ ଆଦମୀ ପାର୍ଟି ନେତା ପ୍ରିୟଙ୍କା କକ୍କଡ ଏହି ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ିଦେଶୀ ଛାପକୁ ହଟାଇବା ପାଇଁ ପୂର୍ବରୁ ଅଧିକାଂଶ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ନାମ(ଉଚ୍ଚାରଣ) ପରିବର୍ତ୍ତନ କରିସାରିଛନ୍ତି । ସେହିଭଳି ଆମ ଦେଶର ନାମକୁ ଭାରତ ବୋଲି ପରିଚୟ ଦେବାରେ କୌଣସି ଆପତ୍ତି ନାହିଁ ବୋଲି ଦେଶର ଅନେକ ବିଶିଷ୍ଟ ଶିକ୍ଷାବିତ ମତ ଦେଇଛନ୍ତି । ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ । ତେଣୁ ଶିକ୍ଷା କ୍ଷେତ୍ରରୁ ‘ଭାରତ\’ ନାମ ଉଚ୍ଚାରଣ କରିବା ଲାଗି ପିଲାମାନେ ଅଭ୍ୟାସ ଆରମ୍ଭ କରିବା ପାଇଁ ଯଦି କେନ୍ଦ୍ର ସରକାର ଚିନ୍ତା କରିଥାଇପାରନ୍ତି, ତେବେ ସେଥିରେ ଅବାସ୍ତବତା କେଉଁଠାରେ ରହିଲା ? ବିରୋଧୀ ଦଳମାନେ ପ୍ରଥମେ ଏ ପ୍ରଶ୍ନର ଉତ୍ତର ଦେଲେ ଭଲ ହୁଅନ୍ତା । ବିରୋଧୀଦଳମାନେ କେବଳ ନିଜର ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ନାମକରଣକୁ ବିରୋଧ କରୁଛନ୍ତି । ଇଣ୍ଡିଆ ନାମ ତୁଳନାରେ ଭାରତ ନାମ ଦେଶବାସୀଙ୍କ ମନରେ ଦେଶାତ୍ମବୋଧ ଭାବକୁ ସୁଦୃଢ଼ କରୁଛି । ଯଦି ଏହି ନାମ ଲୋକଙ୍କ ଠାରେ ଦେଶାତ୍ମବୋଧ ଭାବ ଜାଗ୍ରତ କରି ଦେଶର ଏକତା ଆଉ ଅଖଣ୍ଡତାକୁ ସୁଦୃଢ କରିପାରୁଛି, ତେବେ ଦେଶର ସରକାରୀ ନାମ ଭାରତ ରଖିଲେ ଅସୁବିଧା କ’ଣ ରହିଛି ? ବିରୋଧୀ ଦଳଙ୍କ ଉଦ୍ଦେଶ୍ୟ ହେଉଛି ଦେଶର ଏକତା, ଅଖଣ୍ଡତା ପଛେ ଚୁଲିକୁ ଯାଉ, କିନ୍ତୁ ସେମାନଙ୍କ ସ୍ୱାର୍ଥସିଦ୍ଧିର ରୋଟି ସେକା ଚାଲିଥାଉ । ନୈତିକତା ଦୃଷ୍ଟିରୁ କାହାରି ସ୍ୱାର୍ଥ ସିଦ୍ଧି ଲାଗି ଦେଶର ଐତିହ୍ୟ, ସଂସ୍କୃତି, ଏକତା ଆଉ ଅଖଣ୍ଡତା ସହିତ ସାଲିସ କରାଯାଇନପାରେ ।

Leave a Reply