Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ୍ ହେବେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ୍ ହେବେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ୍ ହେବେ । ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଚମ୍ପତ ରାୟ ନୃପେନ୍ଦ୍ର ମିଶ୍ରା ଏବଂ ଅନ୍ୟ ଦୁଇ ସଦସ୍ୟ ପିଏମ୍ ମୋଦୀଙ୍କୁ ପୁନଃ ଭେଟି ପ୍ରାଣ ପ୍ରତିଷ୍ଠାରେ ସାମିଲ୍ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଟ୍ରଷ୍ଟ ସଦସ୍ୟଙ୍କ ନିମନ୍ତ୍ରଣଙ୍କୁ ସ୍ୱୀକାର ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏନେଇ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀଙ୍କ ସହ ସାକ୍ଷାତକାର ସରିଛି । ସେମାନେ ମତେ ଶ୍ରୀରାମ ମନ୍ଦିରରେ ପ୍ରାଣ-ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି । ମୁଁ ନିଜକୁ ଖୁବ୍ ଧନ୍ୟ ମନେ କରୁଛି । ଏହା ମୋର ସୌଭାଗ୍ୟ ଯେ ମୁଁ ନିଜ ଜୀବନକାଳରେ ଏହି ଐତିହାସିକ ଅବସରର ସାକ୍ଷୀ ହେବି ।’’

ସୂଚନାଥାଉକି, ୨୦୨୪ ଜାନୁଆରୀ ୨୨ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରଆୟୋଜନ ଦିନ ସାଢ଼େ ୧୨ରେ ହେବ । ଏଥିପାଇଁ ଅଯୋଧ୍ୟାରେ ଜୋର୍‌ସୋର୍‌ରେ ପ୍ରସ୍ତୁତି ମଧ୍ୟ ଚାଲିଛି ।

Leave a Reply