Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ରହିବ ‘ଭାରତ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍କୁଲ ବହିରେ ‘ଇଣ୍ଡିଆ’ ବଦଳରେ ରହିବ ‘ଭାରତ’

ନୂଆଦିଲ୍ଲୀ: ନ୍ୟାସନାଲ କାଉଁସିଲ୍ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ବା ଏନସିଇଆରଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପାଠ୍ୟ ପୁସ୍ତକରୁ ହଟିବ ‘ଇଣ୍ଡିଆ’ ନାଁ । ବିଦ୍ୟାଳୟ ବହିରେ ଇଣ୍ଡିଆ ବଦଳରେ ଲେଖା ହେବ ‘ଭାରତ’ । ଏନେଇ ଦିଲ୍ଲୀରେ ବସିଥିବା ଏନସିଇଆରଟି ପ୍ୟାନେଲ ବୈଠକରେ ନାମ ପରିବର୍ତ୍ତନର ପ୍ରସ୍ତାବ ଦିଆଯାଇଛି । ଏନସିଇଆରଟି ଦ୍ୱାରା ଗଠିତ ହୋଇଥିବା ଏକ କମିଟି ତର୍ଜମା ପରେ ପାଠ୍ୟ ପୁସ୍ତକରୁ ଇଣ୍ଡିଆକୁ ହଟାଇ ସେହି ସ୍ଥାନରେ କେବଳ ଭାରତ ଲେଖିବାକୁ ସୁପାରିସ୍ କରାଯାଇଛି । ଯାହାକୁ ଏନସିଇଆରଟିପ୍ୟାନେଲ୍ ବୋର୍ଡ ମଞ୍ଜୁରୀ ଦେବା ଉପରେ ବିଚାର କରିବେ । ପ୍ୟାନେଲ୍ ସଦସ୍ୟ ଏସକେ ସିଆଇ ଇସାକଙ୍କ ଅନୁଯାୟୀ, ଏନସିଇଆରଟି ସମସ୍ତ ପୁସ୍ତକରୁ ଦେଶର ନାଁ ‘ଇଣ୍ଡିଆ’ ବଦଳାଇ ‘ଭାରତ’ ଲେଖାଯିବ । କିଛି ମାସ ତଳେ ଏନସିଇଆରଟି ଦ୍ୱାରା ଗଠିତ କମିଟି ଏହା ଉପରେ ତର୍ଜମା କରି ନାମ ପରିବର୍ତ୍ତନ ପାଇଁ ସୁପାରିସ୍ ଦେଇଥିଲା । ଏହାକୁ ଏବେ ଏନସିଆରଟି ପ୍ୟାନେଲ୍ ବିଚାର କରିବେ । ହିନ୍ଦୁଐତିହ୍ୟକୁ ଉଜ୍ଜୀବିତ କରିବାକୁ ଏପରି କରାଯାଉଛି ବୋଲି କୁହାଯାଉଛି । ଏହାଛଡ଼ା ଇତିହାସକୁ ଏଣିକି ପ୍ରାଚୀନ, ମଧ୍ୟକାଳୀନ ଓ ଆଧୁନିକ ଭାବେ ବିଭାଜିତ କରାଯିବ ନାହିଁ । କାରଣ ଏଥିରୁ ଜଣାପଡ଼ୁଛି ଭାରତ ଏକ ପୁରୁଣା ଓ ବ୍ରିଟିଶ ସାମ୍ରାଜ୍ୟବାଦର ଅଜଣା ରାଷ୍ଟ୍ର । ଇଂରେଜ ଭାରତୀୟ ଇତିହାସକୁ ୩ ଭାଗରେ ବିଭକ୍ତ କରିଥିଲେ । କମିଟି ଅନୁସାରେ, ‘ଇଣ୍ଡିଆ’ ଶବ୍ଦର ପ୍ରଚଳନ ବିଶେଷ ଭାବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ୧୭୫୭ର ପଲାସୀ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା । ‘ଭାରତ’ ଶବ୍ଦ ବିଷ୍ଣୁପୁରାଣରେ ଉଲ୍ଲେଖ ରହିଛି । ଯାହାକି ୭ ହଜାର ବର୍ଷ ପୁରୁଣା । ଏବେ ସମସ୍ତ ବିଷୟ, ପାଠ୍ୟକ୍ରମ ଭାରତୀୟ ଜ୍ଞାନ ପ୍ରଣାଳୀ (ଓକଝ)ରେ ଏହା ଆରମ୍ଭ ହେବ ।

Leave a Reply