Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ସପକ୍ଷରେ କାନାଡ଼ୀୟ ନେତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ସପକ୍ଷରେ କାନାଡ଼ୀୟ ନେତା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହରଦୀପ୍ ସିଂହ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଜାରି ରହିଛି । ନିଜ୍ଜର ମୃତ୍ୟୁରେ ଭାରତର ହାତ ଥିବା ନେଇ ଅଭିଯୋଗ ଆଣିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏହାରି ଭିତରରେ ଟ୍ରୁଡୋଙ୍କୁ ଲାଗିଛି ବଡ଼ ଝଟକା । କାନାଡୀୟ ନେତା ଟ୍ରୁଡୋଙ୍କୁ ବିରୋଧ କରିବା ସହିତ ଭାରତ ସପକ୍ଷରେ ଛିଡ଼ା ହୋଇଛନ୍ତି । କଞ୍ଜରଭେଟିଭ୍ ପାର୍ଟି ପ୍ରମୁଖ ତଥା ବିପକ୍ଷ ନେତା ପ୍ରିୟେରୀ ପୋଇଲିବ୍ରେ ଭାରତର ବିଦେଶ ନୀତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳ ୮ବର୍ଷ ଶାସନ ବ୍ୟବସ୍ଥାରେ ରହିବା ପରେ ଭାରତ ସହ ସମ୍ପର୍କ ମୂଲ୍ୟ ବୁଝିପାରୁନାହାନ୍ତି । ପ୍ରିୟେରୀ ପୋଇଲିବ୍ରେ କହିଛନ୍ତି, ସେ କାନାଡାର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ଭାରତ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଭାରତ ସହିତ ଉତ୍ତର ସମ୍ପର୍କ ରଖିବା ନିହାତି ଆବଶ୍ୟକ । ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର । ତେଣୁ ଦୁଇ ଦେଶ ମଧ୍ୟରେ ସହମତି ସମ୍ପର୍କ ରହିବା ଦରକାର । କାନାଡ଼ାର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ଭାରତ ସରକାର କାନାଡାରୁ ୪୧ କୁଟନୈତିକଙ୍କୁ ଫେରାଇ ଆଣିବାକୁ ନେଇ କଞ୍ଜରଭେଟିଭ୍ ପାର୍ଟି ନେତା ପ୍ରିୟେରୀ ପୋଇଲିବ୍ରେଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି । ସରକାର ଭାରତୀୟ କୁଟନୈତିକଙ୍କୁ ଚାଲିବାରେ ଅକ୍ଷମ । ବର୍ତ୍ତମାନ ସମୟରେ ଭାରତ ସହିତ ସାରା ବିଶ୍ୱ ରହିଛି । ହେଲେ କାନାଡା ସହିତ ବହୁ ବଡ଼ ବଡ଼ ଦେଶଙ୍କର ମତଭେଦ ସୃଷ୍ଟି ହୋଇଛି । ସେହିପରି କାଡାନାରେ ହିନ୍ଦୁ ମନ୍ଦିର ଭାଙ୍ଗାଯିବା ନେଇ ପଚାରିବାରୁ ସେ କହିଛନ୍ତି, ଯେଉଁମାନେ ଘୃଣ୍ୟ କାମ କରୁଛନ୍ତି, ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ।

Leave a Reply