Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ ସହ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କନ୍ୟାପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୁର୍ଗା ବାହିନୀର ୩୩ତମ ପ୍ରତିଷ୍ଠା ଦିବସ ସହ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କନ୍ୟାପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ


ଭୁବନେଶ୍ୱର : ବିଶ୍ବ ହିନ୍ଦୁ ପରିଷଦର ମାତୃଶକ୍ତି ବିଭାଗ ରୂପେ ପରିଚିତ ଦୁର୍ଗା ବାହିନୀର ୩୩ତମ ସ୍ଥାପନା ଦିବସ ଆଜି ଭୁବନେଶ୍ୱର ମହାନଗର ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି । ଏହା ସହିତ ପରିଷଦ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ନବରାତ୍ରୀ ଉପଲକ୍ଷେ କନ୍ୟା ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତି ମଧ୍ୟରେ ଦୀପ ପ୍ରଜ୍ଜ୍ୱଳନ ସହ ମା ‘ ଦୁର୍ଗାଙ୍କର ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଦୁର୍ଗା ବାହିନୀର ଅଖିଳ
ଭାରତୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ପାରମିତା ମାହାଲା ସନାତନ ସଂସ୍କୃତିର ସୁରକ୍ଷା ପାଇଁ ମାତୃଶକ୍ତି ଦାୟିତ୍ୱବାନ୍ ହେବା ସହ ଆମର ପରିବାରଗୁଡ଼ିକ ସଂସ୍କୃତି ସଂପନ୍ନ ହେବା ଆବଶ୍ୟକ ବୋଲି କହିଥିଲେ ।
ବିଶେଷ ଭାବରେ ଆଜି ଦିନରେ ହିନ୍ଦୁ ଯୌଥ ପରିବାର ସଂରଚନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନାରୀ ଅବଳା ନୁହେଁ ସେ ମାଆ ଦୁର୍ଗା କାଳୀଙ୍କ ପରି ସମର୍ଥା ଏବଂ ସଂସାରରେ ଥିବା ଅନ୍ୟାୟ ଅତ୍ୟାଚାର ରୂପୀ ମହିଷାସୁମାନଙ୍କୁ ବଧ କରିବାରେ ନିପୂଣା ବୋଲି କହିଥିଲେ । ଆଜିର ମହିଳା ମାନଙ୍କୁ ସେ ମାଆ ଦୁର୍ଗାଙ୍କ ଭଳି ସନାତନ ସଂସ୍କୃତିର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ସହ ଅବତୀର୍ଣ୍ନା ହେବା ପାଇଁ ଆହ୍ଵାନ କରିଥିଲେ ।
ଦୁର୍ଗା ବାହିନୀର କ୍ଷେତ୍ର ସଂଯୋଜିକା ଶ୍ରୀମତୀ ଝରଣା ଜେନା ଦୁର୍ଗା ବାହିନୀ ଗଠନର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଗାଁ ଗାଁରେ ପ୍ରତି ଘରେ ପହଞ୍ଚି ଆମର ମାତୃଶକ୍ତିଙ୍କୁ ଦେଶର ସଂସ୍କୃତି ପ୍ରତି ଜାଗୃତି ଆଣିବାର ଦାୟୀତ୍ୱ ଆମେ ସମସ୍ତେ ନେବା ପାଇଁ ଆଗ୍ରହ କରିଥିଲେ । ଆଗାମୀ ଦିନରେ ଆମ ସଂସ୍କୃତିର ଭବିଷ୍ୟତ କନ୍ୟାମାନଙ୍କ ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଜିଲ୍ଳା ସଂଯୋଜିକା ଲୋପାମୁଦ୍ରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମାତୃଶକ୍ତି ସଂଯୋଜିକା ଶ୍ରୀମତୀ ମାଳତୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ, ଭୁବନେଶ୍ୱରର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ, କାର୍ଯ୍ୟକାରୀ ସଭପତି ଶ୍ରୀଯୁକ୍ତ ପଦିପ କୁମାର ମହାନ୍ତି , ସମ୍ପାଦକ ଶୁଭ୍ରାଂଶୁ ଶେଖର ଶତପଥୀ,ବରୁଣ ପ୍ରଧାନ, ହରପ୍ରସାଦ ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave a Reply