Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜନଗର ପ୍ରଖଣ୍ଡ ଦୂର୍ଗା ବାହିନୀର ପ୍ରତିଷ୍ଠା ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜନଗର ପ୍ରଖଣ୍ଡ ଦୂର୍ଗା ବାହିନୀର ପ୍ରତିଷ୍ଠା ଦିବସ ପାଳିତ

ରାଜନଗର : ରାଜନଗର ବ୍ଲକ ସଦର ମହକୁମାରେ ବିଶ୍ୱ ହିନ୍ଦୁ ପରିଷଦ ଦୂର୍ଗା ବାହିନୀର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୮ଟାରେ ଦଧିବାମଜୀୟୁ ମନ୍ଦିର ନିକଟରୁ ଶକ୍ତି ଯାତ୍ରା ରାଜନଗର ବଜାର ପରିକ୍ରମା କରି ସ୍ଥାନୀୟ ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପହଂଚିଥିଲା । ସେଠାରେ ରାଜନଗର ପ୍ରଖଣ୍ଡ ଦୂର୍ଗା ବାହିନୀର ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଦୂର୍ଗା ବାହିନୀର ପ୍ରଖଣ୍ଡ ସଂଯୋଜିକା ଆଶାଲତା ମଲ୍ଲିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ତନୁଶ୍ରୀ ମିଶ୍ର ଯୋଗଦେଇ ବିଶ୍ୱହିନ୍ଦୁ ପରିଷଦ ଦୂର୍ଗାବାହିନୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସୁକା\”କୁମାର ତ୍ରିପାଠୀ, ଝରଣା ଜେନା, ଶିବପ୍ରସାଦ ମହାପାତ୍ର ପ୍ରମୁଖ ଦୂର୍ଗା ବାହିନୀର ସଦସ୍ୟାମାନଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କାଜଲ ସେଠୀ, ସୁମିତ୍ରା ଜେନା, ସାଗରିକା ଦାସ, ସ୍ୱାଗତିକା ରାଉତ, ପୁଷ୍ପଲତା ରାଉତ, ଉଷାରାଣୀ ସ୍ୱାଇଁ, ଆୟୁଶ୍ରୀ ଦାସ, ସତ୍ୟପ୍ରକାଶ ସେଠୀ, ଦର୍ପନାରାୟଣ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply