Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ନକ୍ସଲ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଗୁଳିରେ ୨ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାସ୍ଥଳରୁ ଯବାନମାନେ ବନ୍ଧୁକ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି । ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା କୋୟେଲିବେଡା ଥାନା ଅନ୍ତର୍ଗତ ଚିଲପରସ ଓ ଗୋମେ ମଧ୍ୟରେ ଥିବା ଜଙ୍ଗଲରେ ଶୁକ୍ରବାର ରାତିରେ କିଛି ମାଓବାଦୀ ରହିଥିବା ନେଇ ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା । ଏହା ପରେ ବିଏସଏଫ୍ ଓ ଡିଆରଜି ଯବାନମାନେ ମିଳିତ ଭାବରେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଆଜି ସକାଳ ୭ଟା ୪୫ ମିନିଟ ବେଳକୁ ଯବାନମାନେ ଗୋମେ ଗ୍ରାମ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଠାବ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରଥିଲେ । ଯବାନଙ୍କ ଗୁଳିକୁ ସମ୍ମୁଖୀନ କରି ନପାରି କିଛି ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ଯବାନମାନେ ସର୍ଚ୍ଚଅପରେସନ ବେଳେ ଘଟଣାସ୍ଥଳରୁ ୨ ଜଣ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ସୂଚନାଯୋଗ୍ୟ, ଦିନକୁ ଦିନ ନକ୍ସଲ ଦୁର୍ଗ ଭାଙ୍ଗିବାରେ ଲାଗିଛି । ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ମୁକାବିଲା କରିବାରେ ଆଗଭଳି ସଫଳ ହେଉ ନାହାନ୍ତି । ଅନ୍ୟପଟରେ ସରକାରଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇ ମାଓ ଶିବିର ଛାଡ଼ି ଭଲ ମଣିଷ ହେବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ଗତ ବୁଧବାର ଦିନ ୩ ଜଣ ନକ୍ସଲ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଭୈରମଗଡ଼ ଏରିଆ କମିଟିର ସଦସ୍ୟ ଲଚ୍ଛୁ ଫରସା, ତାଙ୍କର ପତ୍ନୀ ପାର୍ଟି ସଦସ୍ୟ ହଡମେ ମାଣ୍ଡବୀଙ୍କ ସମେତ ମୋଟ ୩ ଜଣ ଏସ୍‌ପି ଆଞ୍ଜନେୟ ବାର୍ଷୋୟ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ

Leave a Reply