Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବଲାଙ୍ଗିର ରେ ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବଲାଙ୍ଗିର ରେ ପ୍ରତିଷ୍ଠା ଦିବସ

ବଲାଙ୍ଗିର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗିର କଦମ୍ପଡ଼ା ସରସ୍‌ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଏକ ବିଶାଳ ସଞ୍ଚଳନ ବାହାରି କୋଶଳ କଳାମଣ୍ଡଳରେ ପହଂଚିଥିଲା । ୧୯୨୫ ମସିହା ବିଜୟା ଦଶମୀ ରାଷ୍ଟ୍ରୀୟ ସ୍‌ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ୯୮ ବର୍ଷ ହୋଇଥିବା ବେଳେ ଏହି ଅବସରରେ ସଞ୍ଚଳନ ଆୟୋଜନ ହୋଇଥିବା ଯୋଗୁଁ ବଲାଙ୍ଗିର ର ବିଭିନ୍ନ ରାସ୍ତାରେ ଯାଇଥିଲେ । ତେବେ ଏହି ସଞ୍ଚଳନ ରେ ବଲାଙ୍ଗିର ଜିଲ୍ଲାର ବିଭିତ୍ତ ଅଂଚଳରୁ ସ୍ୱୟଂସେବକ ଓ କର୍ମକର୍ତ୍ତାମାନେ ଯୋଗଦାନ କରିଛନ୍ତି । ଏହି ରାଲିରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୂର୍ଣ୍ଣ ଗଣବେଶରେ ଦଣ୍ଡ ଧାରଣ କରି ସାମିଲ୍ ଥିବା ଦେଖିବାକୁ ମିଳିଛି । ତେବେ କୋଶଳ କଳା ମଣ୍ଡଳରେ ଏକ ବୌଦ୍ଧିକ ସମାବେଶ ମଧ୍ୟ ଆୟୋଜିତ ହୋଇଥିବା ଜଣାପଡ଼ିଛି ।

Leave a Reply