Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏକଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏକଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଚମ୍ପୁଆ : ଚମ୍ପୁଆ ବ୍ଲକ ରଜିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ଶଶାଙ୍ଗ ଗ୍ରାମ ଠାରେ ଏକଲ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଏହି ସଂଚ ସ୍ତରୀୟ ଖେଳ କୁଦ କାର୍ଯ୍ୟକ୍ରମ ଏକଲ ଅଭିଯାନ ଦ୍ୱାରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ୩୦ ଟି ଏକଲ ବିଦ୍ୟାଳୟର ୧୫୦ ଜଣ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ । ଏଥିରେ ୬ ରୁ ୧୪ ବର୍ଷର ଛାତ୍ର ଛାତ୍ରୀଙ୍କୁ ନେଇ ବାଲ ବର୍ଗ ଓ କିଶୋର ବର୍ଗ ଭାବେ ବିଭକ୍ତ କରି ୧୦୦ମି., ୨୦୦ମି., ୪୦୦ମି., ଦୌଡ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଓ କବାଡି ଆଦି ଖେଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଆଚାର୍ଯ୍ୟା ମାନଙ୍କର ଯୋଗ ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ଏହି କାର୍ଯ୍ୟକ୍ରମକୁ ସଂଚ ପ୍ରମୁଖ ସାରଙ୍ଗଧର ମହାନ୍ତ, ୩୦ ଟି ବିଦ୍ୟାଳୟର ଆଚାର୍ଯ୍ୟା, ଅଂଚଳ ପ୍ରାଥମିକ ଶିକ୍ଷା ପ୍ରମୁଖ ଗିତାଳି ମହାନ୍ତ, ଅଂଚଳ ଗ୍ରାମ ଶ୍ୱରାଜ ପ୍ରମୁଖ ହେମଲତା ମହାନ୍ତ ପରିଚାଳନା କରିଥିଲେ । ସଂଚ ସଭାପତି ସନ୍ତୋଷ କୁମାର ସାହୁ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ, କବି କଳାକାର ମହାନ୍ତ ଯୋଗ ଦେଇଥିଲେ । ପରିଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତଙ୍କ ଦ୍ୱାରା ପ୍ରତିଯୋଗି ବିଜେତା ମାନଙ୍କୁ ପୁରଷ୍କୃତ କରାଯାଇଥିଲା ବେଳେ ବିଜାତା ମାନଙ୍କ ମଧ୍ୟରୁ ୨୭ ଜଣ ଛାତ୍ର ଛାତ୍ରୀ ତଥା ୩ ଜଣ ଅଚାର୍ଯ୍ୟାଙ୍କୁ ଜିଲାସ୍ତର ପ୍ରତିଯୋଗିତା ପାଇଁ ବିବେଚିତ କରି ଅଂଶ ଗ୍ରହଣ କରିବାକୁ ପଠାଯିବ ବୋଲି ସଂଚ ପ୍ରମୁଖ ସାରଙ୍ଗଧର ମହାନ୍ତ ସୂଚନା ଦେଇଥିଲେ ।

Leave a Reply