Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନର ଆଣବିକ ଯୁଦ୍ଧ ଷଡ଼ଯନ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନର ଆଣବିକ ଯୁଦ୍ଧ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଚୀନ୍ର ଆଣବିକ ଯୁଦ୍ଧ ଷଡ଼ଯନ୍ତ୍ର । ବଡ଼ ୱାର୍ ପାଇଁ ପ୍ରସ୍ତୁତ ଡ୍ରାଗନ୍ । ତାଇୱାନ କବଜା ଲକ୍ଷ୍ୟରେ ବେଜିଂ । ବିକଶିତ କରୁଛି ପରମାଣୁ ଅସ୍ତ୍ର । ଏଲଏସିରେ ମିସାଇଲ୍ ଟେକ୍ନୋଲୋଜି ମୁତୟନ । ଚାଲାକ୍ ଚୀନ୍ ଶତ୍ରୁକୁ ମାô ଦେବାକୁ ଗୁପ୍ତ ଷଡ଼ଯନ୍ତ୍ର ରଚୁଛି । ତାଇୱାନକୁ କବଜା କରିବା ଲକ୍ଷ୍ୟ ରଖି ବିକଶିତ କରୁଛି ବହୁ ଆଣବିକ ଅସ୍ତ୍ର । ୫ଶହରୁ ଅଧିକ ପରମାଣୁ ବୋମା ପ୍ରସ୍ତୁତ କରିଛି ଚୀନ୍ । ସେହିପରି ଆମେରିକା ସହିତ ଅନ୍ୟ ଶତ୍ରୁ ଦେଶକୁ ଟାର୍ଗେଟ୍ ପାଇଁ ଲକ୍ଷ୍ୟଭେଦି ମିସାଇଲରେ ଆଧୁନିକତାର ଛାପ ଦେଉଛି । ଯାହାର ବଡ଼ ଖୁଲାସା କରିଛି ପେଣ୍ଟାଗନ ରିପୋର୍ଟ । ରୁଷ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷାଲାଭ କରିଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିଙ୍ଗପିଙ୍ଗ । ଆଉ ତାଇୱାନ କବଜା ବେଳେ ସୁରକ୍ଷା ଦେବାକୁ ଆଗେଇ ଆସୁଥିବା ଶତ୍ରୁ ରାଷ୍ଟ୍ରର ମୁକାବିଲା ପାଇଁ ବ୍ଲୁ-ପଣ୍ଟ ପ୍ରସ୍ତୁତ କରିଛନ୍ତି । ସେଥିପାଇଁ କେବଳ ଆଣବିକ ଅସ୍ତ୍ର ଓ କ୍ଷେପଣାସ୍ତ୍ର ବିକାଶ କରୁନାହିଁ ବରଂ ସେନାର ଆଧୁନିକୀକରଣ ସହିତ ପ୍ରଶିକ୍ଷଣ ମଧ୍ୟ ଦେଉଛି । ପାରମ୍ପରିକ ଜ୍ଞାନକୌଶଳକୁ ବ୍ୟବହାର କରି ଚୀନ୍ ଏକ ନୂଆ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶ କରୁଛି । ଏହା ଥରେ ଚାଲୁ ହେବା ମାତ୍ରେ ଆମେରିକାର ଆଲାସ୍କା ଠାରୁ ହାୱାଇ ଦ୍ୱୀପ ଯାଏ ଚଖଇର ଟାର୍ଗେଟ୍ ଜୋନକୁ ଆସିବ । ଇସ୍ରାଏଲର ନୂଆ ୱାର ପ୍ଲାନ୍‌, ଗାଜାରୁ ହମାସ୍ ଅନ୍ତ ପରେ ଆଣିବ ସୁରକ୍ଷା ଯୋଜନା ଏଲଏସିରରେ ଶାନ୍ତି ଭଙ୍ଗ କରିବାକୁ ଷଡ଼ଯନ୍ତ୍ର ରଚୁଛି ଡ୍ରାଗନ୍ । ସୀମାରେ ସୈନ୍ୟ ବୃଦ୍ଧି କରିବା ସହିତ ପିଏଲଏ ମୁତୟନ କରିଛି ମିସାଇଲ୍ ଟେକ୍ନୋଲୋଜି । ଯାହା ଭାରତ ପାଇଁ ସତର୍କ ଘଣ୍ଟି ସଦୃଶ । ବାସ୍ତବ ନିୟନ୍ତ୍ରଣ ରେଖାର ପଶ୍ଚିମ ପ୍ରାନ୍ତରେ ଗୋଟିଏ ବର୍ଡର ରେଜିମେଣ୍ଟ, ଦୁଇଟି ଡିଭିଜନର ଜିନ୍ଚିଆଙ୍ଗ ଓ ମିଲିଟାରୀ ଡିଷ୍ଟ୍ରିକ୍ଟ ଫୋର୍ସ ଏବଂ ୪ କମ୍ବାଇନ୍ଡ ଆର୍ମସ ବ୍ରିଗେଡକୁ ମୁତୟନ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ସେପଟେ ପୋଣ୍ଟାଗନର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି ଚୀନର ଏକଛତ୍ରବାଦ ଶାସକ ।

Leave a Reply