Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦୁଝରରେ ହେବ ଭାରତୀୟ ମଜଦୁର ସଂଘର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦୁଝରରେ ହେବ ଭାରତୀୟ ମଜଦୁର ସଂଘର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ

କେନ୍ଦୁଝର, ଭାରତୀୟ ମଜଦୁର ସଂଘ ର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ ଚଳିତ ବର୍ଷ ଶିଳ୍ପ ସମୃଦ୍ଧ ଜିଲ୍ଲା କେନ୍ଦୁଝରରେ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରମିକ ମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଓ ସମାଜରେ ଶ୍ରମିକ ସ୍ୱାଭିମାନ ସହିତ ମୁଣ୍ଡଟେକି ବଂଚିବାର ପାଇଁ ଭାରତୀୟ ମଜଦୁର ସଂଘ କାର୍ଯ୍ୟକରି ଆସୁଛି । ଯାହା କିଛି ଶ୍ରମିକ ମାନଙ୍କୁ ମିଳିଛି ତାହା ନିରବଛିନ୍ନ ଭାବେ ଆନ୍ଦୋଳନ ଓ ଜାଗରଣ କାରଣରୁ ସମ୍ଭବ ହୋଇଥିବା କହିଛି ଭାରତୀୟ ମଜଦୁର ସଂଘ । ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ୱାସନୀୟ ହୋଇଥିବା ବେଳେ ରାଜ୍ୟ ସରକାର ଶ୍ରମିକ ମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଶ୍ରମିକ ମାନଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଉପେକ୍ଷା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘର । ରାଜ୍ୟରେ ସରକାର ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନକରି ପ୍ରତ୍ୟେକ କ୍ଷେତ୍ରରେ ଠିକା କର୍ମଚାରୀ ଓ ସ୍କିମ ୱାର୍କର ନିୟୋଜନ କରି ଶ୍ରମିକ ଶୋଷଣ ବୃଦ୍ଧି ସହିତ ଠିକା ସଂସ୍ଥା ମାନଙ୍କୁ କୋଟିପତି କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍କିମ ୱାର୍କର ମାନକୁବ୍ୟବହାର କରୁଛନ୍ତି ଅଥଚ ବେତନ ଓ ସୁବିଧା କଥା ଉଠିଲେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଛନ୍ତି । କେନ୍ଦୁଝର ଜିଲ୍ଲାରେ ଅନେକ ଖଣି ଖଦାନ ଥିବା ସତ୍ତ୍ୱେ ଖଣି ବିସ୍ଥାପିତ ଜମିହରା ପ୍ରଜା ସମସ୍ତ ସାମ୍ବିଧାନିକ ଅଧିକାର ରୁ ବଂଚିତ ହେଉଛନ୍ତି । ଜାଣି ଶୁଣି ସ୍ଥାନୀୟ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିରୁ ବଂଚିତ କରା ଯାଉଛି, ଫଳତଃ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ରୋଜଗାର ନିମିତ୍ତ ଯିବା ପାଇଁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି । ଖଣିଜ ସମ୍ପଦ ଓ ପ୍ରାଚୁର୍ଯରେ ଭରା ରାଜ୍ୟରେ ଭିଭିଭୂମି ବିକାଶ ଅଭାବ କାରଣରୁ ନାଗରିକ ମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଅତ୍ୟନ୍ତ ଲଜ୍ଜା ଜନକ ବିଷୟ ହୋଇଛି କହିଛନ୍ତି ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ । ଓଡିଶା ସରକାର ଏକ ପ୍ରକାର ଶ୍ରମିକ ବିରୋଧୀ ପୁଞ୍ଜିପତି ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରମିକ ଛଟେଇ ଓ ଆଂଚଳିକ ଲୋକଙ୍କୁ ରୋଜଗାର ପ୍ରଦାନ କ୍ଷେତ୍ରରେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କ ହାତବାରିଶି ସାଜିଛନ୍ତି । ଭାରତୀୟ ମଜଦୁର ସଂଘ ସରକାରଙ୍କ ଏତାଦୃଶ୍ୟ ଶ୍ରମିକସମାଜ ବିରୋଧୀ ମନୋଭାବ କୁ ନିନ୍ଦା କରୁଛି । ଭାରତୀୟ ମଜଦୁର ସଂଘ କେନ୍ଦୁଝର ମଧ୍ୟମରେ ଆଗାମୀ ଆନ୍ଦୋଳନ ର ରଣନୀତି ଓ ଶ୍ରମିକ ମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନେକ ପ୍ରସ୍ତାବ ଏହି ଅଧିବେଶନ ରେ ଆଗତ କରିବାକୁ ସ୍ଥିର କରାଯାଇଥିବା କହିଛନ୍ତି ବିନୟ କୁମାର ତ୍ରିପାଠୀ । ସଂଗଠନ ର ଜିଲ୍ଲା ସଭାପତି ନିହାରରଞ୍ଜନ ମିଶ୍ର ଅତିଥି ପରିଚୟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘ ର ରାଷ୍ଟ୍ରୀୟ ସଭାପତି ହିରଣ୍ମୟ ପାଣ୍ଡା,କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରଶ ଚନ୍ଦ୍ର ମହାନ୍ତ, ରାଜ୍ୟ ସଭାପତି ବିଏମଏସ ପୃଥିରାଜ ପଣ୍ଡା , ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ,ସୁମିତା ମହାପାତ୍ର, ଶ୍ରୀନିବାସ ରାଓ, ଡାକ୍ତର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟିପାତ କରିଥିଲେ ।

Leave a Reply