Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇଣ୍ଡିଆ ମେଣ୍ଟରେ କେଁ ପୂରାଇଲେ ଅଖିଲେଶ ଯାଦବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇଣ୍ଡିଆ ମେଣ୍ଟରେ କେଁ ପୂରାଇଲେ ଅଖିଲେଶ ଯାଦବ

ନୂଆଦିଲ୍ଲୀ: ବିଜେପି ବିରୋଧରେ ଏକାଠି ହୋଇ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକଠାକ ଚାଲି ନାହିଁ । ମେଣ୍ଟରେ ଥିବା ଅଖିଲେଶ ଯାଦବ ଆଜି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ କଂଗ୍ରେସ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି । କଂଗ୍ରେସ ଅନ୍ୟ ଦଳଗୁଡ଼ିକୁ ବୋକା ବନାଉଛି ବୋଲି ସେ ପରୋକ୍ଷରେ ଅଭିଯୋଗ ମଧ୍ୟ କରିଛନ୍ତି । ଅଖିଲେଶ ସଙ୍କେତ ଦେଇଛନ୍ତି ଯେ ରାଜ୍ୟସ୍ତରରେ ଇଣ୍ଡିଆ ମେଣ୍ଟ କାମ କରିବନି । ତାଙ୍କ କହିବା କଥା ଯେ ଆସନ୍ତା ଲୋକସଭା ନିର୍ବାଚନ ବେଳେ ତାଙ୍କ ଦଳ ସପା ବିରୋଧୀ କଂଗ୍ରେସ ସହ ମେଣ୍ଟ କରିବ କି ନାହିଁ, ତା’ ଉପରେ ଆଉ ଥରେ ଚିନ୍ତା କରିବ । ଜାତୀୟ ସ୍ତରରେ ଏକାଠି ହୋଇଥିବା କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟପ୍ରଦେଶରେ ପରସ୍ପର ବିରୋଧରେ ୧୮ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି । ଦୁଇ ଦଳର ଏପରି ପଦକ୍ଷେପ ବିଜେପି ବିରୋଧୀ ଭୋଟକୁ ଭାଗ ଭାଗ କରିବାର ଆଶଙ୍କା ରହିଛି । ଏହାଦ୍ୱାରା ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ଫାଇଦାରେ ରହିବ ବୋଲି କୁହାଯାଉଛି । ଆଜି ଅଖିଲେଶ ଯାଦବ କହିଛନ୍ତି, “ଆମେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ(କମଲ ନାଥ)ଙ୍କ ସହ କଥା ହୋଇଥିଲୁ । ଆମେ ଦଳର ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲୁ । ଆମ ବିଧାୟକମାନେ ପୂର୍ବରୁ କେଉଁଠୁ ଜିତିଥିଲେ ଓ ଆମେ ପୂର୍ବରୁ ୨ନଂରେ ଥିଲୁ ବୋଲି ଜଣାଇ ଥିଲୁ ଆଲୋଚନା ରାତି ୧ଟା ଯାଏ ଚାଲିଥିଲା । ସେମାନେ ଆମ ପାଇଁ ୬ଟି ଆସନ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଯେତେବେଳେ ସେମାନେ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ସେତେବେଳେ ସପା ପାଇଁ କିଛି ରଖି ନଥିଲେ । ଯଦି ମୁଁ ଜାଣି ଥାଆନ୍ତି ରାଜ୍ୟସ୍ତରରେ ମେଣ୍ଟ ହେବାର ସମ୍ଭାବନା ନାହିଁ, ତା’ହେଲେ ଆମେ କେବ ବି ପରସ୍ପର ସହ ଆଲୋଚନା କରି ନଥାନ୍ତୁ । ଆମେ କଂଗ୍ରେସ ସହ କଥା ବି ହୋଇ ନଥାଆନ୍ତୁ । ଏବେ ଆମେ ଲୋକସଭାରେ ମେଣ୍ଟ କରିବୁ କି ନାହିଁ, ସେ ବିଷୟରେ ଚିନ୍ତା କରିବୁ । ସେମାନେ ଆମ ସହ ଯେତିମି ବ୍ୟବହାର କରିବେ, ଆମେ ମଧ୍ୟ ସମାନ ବ୍ୟବହାର ପ୍ରଦର୍ଶନ କରିବୁ ।” କଂଗ୍ରେସ ମଧ୍ୟପ୍ରଦେଶର ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ନବରାତ୍ରୀର ପ୍ରଥମ ଦିନରେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଏହାର ୮ ଘଣ୍ଟା ପରେ ସପା ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ସେହିପରି ଗତକାଲି ଦଳ ଆଉ ୨୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ୩୧ଟି ଆସନରୁ ସପା ୧୮ଟି ସ୍ଥାନରେ କଂଗ୍ରେସ ବିରୋଧୀରେ ପ୍ରାର୍ଥୀ ଦେଇଛି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଅଖିଲେଶ ଯାଦବଙ୍କ ବୟାନ ସାମ୍ନାକୁ ଆସିଛି

Leave a Reply