Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ପାଳିତ

ଢେଙ୍କାନାଳ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଢେଙ୍କାନାଳ ଜିଲ୍ଲା ଶାଖାର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଡ. ଦୃର୍ଗାମାଧବ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ବିଶେଷ ଭାବରେ ଭାଗବତ ଟୀକାକାର ସାଧୁ ଶ୍ରୀଧର ସ୍ୱାମୀଙ୍କ ସ୍ମୃତିଚାରଣ କରିବା ଅବସରରେ ଡ. ପୃଷ୍ଟି ତାଙ୍କ ସାହିତ୍ୟ କୃତୀ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ରାଜ୍ୟ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ କବି ବାହାଦୂର ପାଟସାହାଣୀ ସମ୍ପାଦକୀୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ଲକ୍ଷ୍ୟ ଓ ଆଭିମୂଖ୍ୟ ସମ୍ପକରେ ବକ୍ତବ୍ୟ ରଖିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ଡ. ସନ୍ତୋଷ ମହାପାତ୍ର, ସାଧାରଣ ସମ୍ପାଦକ ଅଖିଳ ଭାରତୀୟ ସାହିତ୍ର ପରିଷଦ ଓଡ଼ିଶା, ମୂଖ୍ୟବକ୍ତା ପଣ୍ଡିତ ଦିବାକର ନନ୍ଦ, ସମ୍ମାନୀୟ ବକ୍ତା ଭାବରେ ଡ. ପ୍ରମୋଦ ନାୟକ, ଡ. ପ୍ରଫୁଲ ପାଣୀ ଓ ପ୍ରାଧ୍ୟାପକ ରମେଶ ସାହୁ ଯୋଗଦେଇ ସାଧୁ ଶ୍ରୀଧର ସ୍ୱାମୀଙ୍କ ଜୀବନୀ ତଥା ତାଙ୍କ ସାହିତ୍ୟ କୃତୀ ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଆଧ୍ୟାତ୍ମିକ କବିତା କବିତା ପାଠୋତ୍ସବ ଅନୁଷ୍ଠାନର ଉପ- ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମଙ୍ଗରାଜ ମହାପାତ୍ର ଓ ମମତା ମହନ୍ତ କବିତା ଗୁଡିକୁ ସଂଯୋଜନା କରିଥିଲେ । ଏଥିରେ ୫୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଙ୍ଗଠନ ସମ୍ପାଦକ ମନୋଜ ସାହୁ ପରିଚାଳନା କରିଥିଲେ । ଡ. ଦୁର୍ଗାମାଧବ ପୃଷ୍ଟିଙ୍କ ଭାଷା ବିଜ୍ଞାନୀ ଗୋଲେଙ୍କ ବିହାରୀ ଧଳଙ୍କ ଜୀବନୀ, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ସାହୁଙ୍କ କବିତା ପୁସ୍ତକ ସତ୍ୟବତୀ ଓ ଡ. ପ୍ରମୋଦ ନାୟକଙ୍କ ପୁସ୍ତକ ସମର୍ପଣ ପୁସ୍ତକକୁ ଲୋକାର୍ପିତ କରାଯାଇଥିଲା । ସୁଶ୍ରୀ ଲଗ୍ନଜିତା ସ୍ୱସ୍ତି ବଚନ ପାଠ କରିଥିଲେ । ରାଜ୍ୟ କର୍ମକର୍ତା ବାସୁଦେବ ସାହୁ ଓ ନାରାୟଣ ନାୟକ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକାରିଣୀ ସଭ୍ୟ ଡ. ପ୍ରମୋଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply