Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବାଲିଚନ୍ଦ୍ରପୁର : ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ପରିସରରେ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ପରିବାର, କଟକ ଜିଲ୍ଲା ରେଡ଼କ୍ରସ ଶାଖା, ରୋଟାରୀ କ୍ଲବ କଟକ ଏବଂ ତେରାପନ୍ଥ ଯୁବ ପରିଷଦ କଟକ ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ବାଲିଚନ୍ଦ୍ରପୁର ଥାନା ଭାରପ୍ରାପ୍ତ ଅଧିକାରିଣୀ ପ୍ରମୋଦିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରକ୍ତଦାନ ପରି ମହତ କାର୍ଯ୍ୟରେ ବିଦ୍ୟାଳୟର ଶତାଧିକ ପୂର୍ବଛାତ୍ରଛାତ୍ରୀ, ଅବିଭାବକ ଅବିଭାବିକା ଓ ଗୁରୁଜୀ ଗୁରୁମା ସହଯୋଗର ହାତ ବଢାଇବା ସହିତ ରକ୍ତଦାନ କରିଥିଲେ । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପରିଚାଳନାରେ ବିଦ୍ୟାଳୟର ପରିଚାଳନା ସମିତି, ପୂର୍ବ ପରିଚାଳନା ସମିତି, ଉପଦେଷ୍ଟାମଣ୍ଡଳୀର କର୍ମକର୍ତ୍ତା, ଗୁରୁଜୀ ଗୁରୁମା, ସେବକ ସେବିକା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଶିବିରରେ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Leave a Reply