Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୧ରେ ପରୀକ୍ଷାମୂଳକ ଭାବେ ମହାକାଶ ଯିବ ଟିଭି-ଡି୧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୧ରେ ପରୀକ୍ଷାମୂଳକ ଭାବେ ମହାକାଶ ଯିବ ଟିଭି-ଡି୧

ନୂଆଦିଲ୍ଲୀ: ଗଗନଯାନ

ମିଶନ ପାଇଁ ସବୁ ପ୍ରସ୍ତୁତି ଶେଷ କରିଛି

ଇସ୍ରୋ । ସୋସିଆଲ ମିଡିଆ

ଜରିଆରେ ଫଟୋ ସେୟାର ସୂଚନା

ଦିଆଯାଇଛି । ଯେଉଁଥିରେ

କୁହାଯାଇଛି ଯେ ଅକ୍ଟୋବର ୨୧ରେ

ଗଗନଯାନ ମିଶନ ଅଧୀନରେ ଟିଭିଡି୧ ଏହାର ପ୍ରଥମ ପରୀକ୍ଷଣ

କରାଯିବ । ଏହାର ପରୀକ୍ଷଣ

ଶ୍ରୀହାରିକୋଟାରୁ ସକାଳ ୭ ରୁ ୯ଟା

ମଧ୍ୟରେ ପଠାଯିବ । ତେବେ ଏହି

ପରୀକ୍ଷଣ ପରେ ବି ଆଉ ତିନୋଟି

ପରୀକ୍ଷଣ କରାଯିବ ।

ଏହି କାର୍ଯ୍ୟକ୍ରମ ସହିତ ଜଡିତ

ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଥମ

ପରୀକ୍ଷଣର ଫଳାଫଳକୁ ଆଧାର କରି

ଅନ୍ୟ ପରୀକ୍ଷା କରାଯିବ । ଏହି ସମୟ

ମଧ୍ୟରେ କ୍ରୁ ମଡ୍ୟୁଲ୍ ପରୀକ୍ଷା

କରାଯିବ । ଯେଉଁଥିରେ କ୍ରୁ ଏସ୍କେପ୍‌

ସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ

ଗଗନଯାନର ଏହି କ୍ରମରେ ତିନି ଜଣ

ଭାରତୀୟ ମହାକାଶଚାରୀଙ୍କୁ

ମହାକାଶକୁ ପଠାଯିବ ।

ଏହି ପରୀକ୍ଷା ଶ୍ରୀ

ହରିକୋଟାଠାରେ ଅବସ୍ଥିତ ସତୀଶ

ଧାୱନ ସ୍ପେସ୍ ସେଣ୍ଟରରୁ କରାଯିବ ।

ଏଥିରେ କ୍ରୁ ମଡ୍ୟୁଲର ଉଡ଼ାଣ, ଏହାର

ଅବତରଣ ଏବଂ ସମୁଦ୍ରରୁ ପୁନରୁଦ୍ଧାର

ଅନ୍ତର୍ଭୁକ୍ତ ହେବ । ପ୍ରତ୍ୟାବର୍ତ୍ତନ

ସମୟରେ ବଙ୍ଗୋପସାଗରରେ

ଅବତରଣ କରିବାକୁ ହେବ । ଯାହା

ଭାରତୀୟ ନୌସେନା ଦ୍ୱାରା ଉଦ୍ଧାର

କରାଯିବ । ଏଥିପାଇଁ ନୌସେନା

କର୍ମଚାରୀଙ୍କ ଏକ ଡାଇଭିଂ ଟିମ୍ ଗଠନ

କରାଯାଇଛି । ଏହା ବ୍ୟତୀତ ମିଶନ

ପାଇଁ ଏକ ଜାହାଜ ମଧ୍ୟ ପ୍ରସ୍ତୁତ ହେବ ।

ଗଗନଯାନ ଭାରତର ପ୍ରଥମ ମହାକାଶ

ମିଶନ, ଆଗାମୀ ବର୍ଷର ଶେଷ ବେଳକୁ

କିମ୍ବା ୨୦୨୫ ଆରମ୍ଭରେ ଲଞ୍ଚ

କରାଯିବ । ୨୦୨୪ରେ ମାନବବିହୀନ

ପରୀକ୍ଷଣ ହେବ, ଯେଉଁଥିରେ ଏକ

ରୋବଟ୍ ପଠାଯିବ ।

Leave a Reply