Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଡ଼ିଆ ମଝିରେ ନମାଜ ପଢ଼ିବା ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍‌ଙ୍କୁ ମହଙ୍ଗା ପଡ଼ିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଡ଼ିଆ ମଝିରେ ନମାଜ ପଢ଼ିବା ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍‌ଙ୍କୁ ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ବିଶ୍ୱକପ୍ ମ୍ୟାଚ୍ ବେଳେ ପଡ଼ିଆ ମଝିରେ ନମାଜ ପଢ଼ିବା ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନ୍‌ଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ବିରୋଧରେ ଆଇସିସିରେ ଅଭିଯୋଗ ହୋଇଛି । ଆଇସିସି ପାଖରେ ଫେରାଦ ହୋଇଛନ୍ତି ଭାରତୀୟ ଓକିଲ ବିନୀତ ଜିନ୍ଦଲ । ଅକ୍ଟୋବର ୬ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ ଓ ପାକିସ୍ତାନ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆ ମଝିରେ ନମାଜ ପଢ଼ିଥିଲେ ରିଜୱାନ । ଜିନ୍ଦଲଙ୍କ ଅଭିଯୋଗ ହେଲା ଯେ ପଡ଼ିଆ ମଝିରେ ଭାରତୀୟ ଫ୍ୟାନ୍‌ମାନଙ୍କ ସମ୍ମୁଖରେ ନମାଜ ପଢ଼ି ରିଜୱାନ୍ ଏହ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ ସେ ଜଣେ ମୁସ୍‌ଲିମ । ଏଥିରେ ଖେଳାଳିଙ୍କ ଖେଳୁଆଡ଼ ମନୋଭବ ଉପରେ ପ୍ରଭାବ ପଡ଼ିବ ବୋଲି ବିନୀତ ଅଭିଯୋଗ କରିଛନ୍ତି । ଜିନ୍ଦଲ ଆହୁରି କହିଛନ୍ତି ଯେ ରିଜୱାନ୍ ଶ୍ରୀଲଙ୍କ ବିପକ୍ଷ ଶତକରେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ଗାଜାର ଲୋକଙ୍କୁ ପାଇଁ ଉତ୍ସର୍ଗ କରିଥିଲେ । ଏହା ତାଙ୍କର ଧାର୍ମିକ ଓ ରାଜନୈତିକ ବିଚାରଧାରକୁ ଦର୍ଶାଉଛି । ସୂଚନା ଥାଉକି ଅକ୍ଟୋବର ୧୪ ତାରିଖରେ ଅହମଦାବାଦରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ମହମ୍ମଦ ରିଜୱାନ୍‌ଙ୍କୁ ଭାରତୀୟ ଫ୍ୟାନ୍ ଏଥିପାଇଁ ଖୁବ୍ ଚିଡ଼ାଇଥିଲେ । ସେ ଡ୍ରେସିଂ ରୁମ୍ ଭିତରକୁ ଆସିବା ବେଳେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ । ଯାହାକୁ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଘୋର ନିନ୍ଦା ମଧ୍ୟ କରିଥିଲେ । କହି ରଖୁଛୁ ଯେ ରିଜୱାନଙ୍କ ବିରୋଧରେ ଆଇସିସିରେ ଫେରାଦ ହୋଇଥିବ ଓକିଲ ବିନୀତ ଜିନ୍ଦଲ ପୂର୍ବରୁ ପାକିସ୍ତାନ ଖେଳ ଆଙ୍କର ଜେନାବ ଅବ୍ୱାସଙ୍କ ବିରୋଧରେ ମଧ୍ୟ ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ଅଭିଯୋଗ ଆଣିଥିଲେ । ଫଳରେ ତାଙ୍କୁ ଭାରତରୁ ବିଦା ହେବାକୁ ପଡ଼ିଥିଲା ।

Leave a Reply