Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏମିତି ବି ଗାଁ ଅଛି ଯେଉଁଠି କୃଷକମାନେ କୋଟିପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏମିତି ବି ଗାଁ ଅଛି ଯେଉଁଠି କୃଷକମାନେ କୋଟିପତି

ଭାରତ ଭଳି କୃଷି ପ୍ରଧାନ ଦେଶରେ ଯେଉଁଠି ପ୍ରତିଦିନ ଜଣେ କୃଷକର ଆତ୍ମହତ୍ୟା ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଛି; ସେଠାରେ କିଛି କୃଷକ ଅତ୍ୟାଧୁନିକ କୃଷି ପ୍ରଣାଳୀ ଏବଂ ଉର୍ବର ଖାଦ୍ୟର ବ୍ୟବହାର କରି କୋଟିପତି ପାଲଟିଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଦେଶରେ ଏଭଳି ଏକ ଗାଁ ରହିଛି; ଯେଉଁଠି ପ୍ରତ୍ୟେକ କୃଷକ ଜଣେ ଜଣେ କୋଟିପତି । ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ; ତଥାପି ଏଠାରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ କରୁଛନ୍ତି । ଗାଁର ଜନସଂଖ୍ୟା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ । ଏମାନଙ୍କ ମଧ୍ୟରେ କିନ୍ତୁ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷକ କୋଟିପତି । କୁହାଯାଏ, ଏହି ରାଜ୍ୟ କୁଆଡ଼େ ସବୁଠୁ ଅଧିକ ଶୁଖିଲା ପଡ଼େ । ଏହି କାରଣରୁ ପ୍ରତିବର୍ଷ ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଶହଶହ କୃଷକ ଆର୍ଥାଭାବ ଏବଂ ପ୍ରାକୃତିକ ଦୁର୍ବିପାକ ପାଇଁ ନିରାଶ ହୋଇ ଆତ୍ମହତ୍ୟା କରିଥାନ୍ତି । କିନ୍ତୁ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ହିବ୍‌ରେ ବଜାର ଗାଁ ଏସବୁଠୁ ଅଲଗା । ଏଠାକାର କୃଷକ ଆତ୍ମହତ୍ୟା କରନ୍ତି ନାହିଁ ବରଂ ଭଲ ଏବଂ ଉନ୍ନତ କୃଷିପ୍ରଣାଳୀର ଉପଯୋଗ କରି କୋଟିପତି ହୁୂଅନ୍ତି । ପ୍ରକୃତରେ ୧୯୯୦ ରେ ଏଠାରେ ୯୦ ପ୍ରତିଶତ ପରିବାର ଗରିବ ଶ୍ରେଣୀର ଥିଲେ । ୮୦-୯୦ ଦଶକରେ ଭୟଙ୍କର ମରୁଡ଼ି ପଡ଼ିଥିଲା । ପିଇବାକୁ ପାଣି ଟୋପାଏ ବି ମିଳିଲାନି । ଲୋକେ ନିଜକୁ ବଞ୍ଚାଇବାକୁ ଏକଜୁଟ୍ ହେଲେ । ଜଏଣ୍ଟ୍ ଫରେଷ୍ଟ ମ୍ୟାନେଜମେଣ୍ଟ୍‌ର ଏକ କମିଟି ଗଠନ କରି କୂଅ ଖୋଳିବା ଏବଂ ଗଛ ଲଗାଇଲେ । ଏହି କାମରେ ମହାରାଷ୍ଟ୍ର ଏମ୍ପେ୍ଲାୟମେଣ୍ଟ ଗ୍ୟାରେଣ୍ଟି ସ୍କିମ୍ ଆଧାରରେ ଫଣ୍ଡ୍ ମିଳିଲା । ୧୯୯୪-୯୫ ବେଳକୁ ଏହା ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହେଲା । ଏବେ ଗାଁରେ ପ୍ରାୟ ୩୪୦ଟି କୂଅ ରହିଛି । ପ୍ରତିବର୍ଷ ଗାଁର ଆୟ ବଢ଼ିଚାଲିଛି ।

Leave a Reply