Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅସଲି ମୋଗ୍‌ଲି ଦୀନା ସନିଚର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅସଲି ମୋଗ୍‌ଲି ଦୀନା ସନିଚର

ଲୋକଙ୍କ ମନରେ ଆଜିଯାଏ ଗୋଟିଏ କଥା ବସାବାନ୍ଧିଛି ଯେ, ମୋଗ୍‌ଲି କୌଣସି ଏକ ମନଗଢ଼ା କାହାଣୀର ଚରିତ୍ର । କିନ୍ତୁ ପ୍ରକୃତ କଥା ହେଲା, ମୋଗ୍‌ଲିର ଏହା ସତ୍ୟ କାହାଣୀ । ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଅସଲି ମୋଗ୍‌ଲିର ଚିହ୍ନଟ ହୋଇଥିଲା । ୧୮୬୭ରେ ଶିକାର ପାଇଁ ବାହରିଥିବା କିଛି ଶିକାରୀଙ୍କୁ ଜଙ୍ଗଲରେ ଗୋଟିଏ ଅଦ୍ଭୂତ ଚିତ୍ର ଦେଖିବାକୁ ମିଳିଥିଲା । ଯେଉଁଥିରେ କିଛି ଗଧିଆ ଦଳ ସହ ଗୋଟିଏ ମଣିଷ ଛୁଆ ତୀବ୍ର ଗତିରେ ଦୌଡ଼ୁଥିଲା । ତା’ପୁଣି ପଶୁଙ୍କ ଭଳି ଦୁଇ ହାତ ଏବଂ ଦୁଇ ଗୋଡ଼ ସହାୟତାରେ । କାହାରିକୁ ଜଣାନଥିଲା ପିଲାଟି ଜଙ୍ଗଲକୁ କିପରି ଆସିଥିଲା; କିନ୍ତୁ ତାକୁ ଦେଖି ଲାଗୁଥିଲା ଯେମିତି ସେ ଗଧିଆର ପିଲା । ଶିକାରୀମାନେ ପିଲାଟିକୁ ଉଦ୍ଧାର କରି ମଣିଷଙ୍କ ଗହଣକୁ ଆଣିବାକୁ ସେମାନଙ୍କ ପିଛା କଲେ । ଏକ ଗୁମ୍ଫା ଭିତରୁ ଗଧିଆଙ୍କୁ ମାରି ମଣିଷ ଛୁଆକୁ ନିଜ ସହ ନେଇଆସିଲେ । ଏକ ମିଡିଆ ରିପୋର୍ଟ ଅନୁସାରେ, ପିଲାଟିକୁ ଆଗ୍ରାର ଏକ ଅନାଥାଳୟରେ ରଖାଯାଇଥିଲା । ସେଠାରେ ତାକୁ ଶୁଦ୍ଧ କରାଯାଇ ଦୀନା ସନିଚର୍ ନାମ ଦିଆଗଲା । ଦୀନାକୁ କିନ୍ତୁ ଏ ମଣିଷ ସମାଜ ଆଦୌ ପସନ୍ଦ ନଥିଲା । ପ୍ରଥମେ ତାକୁ ଏ ସମାଜକୁ ଆପଣାଇବାକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ଦୀନା ବହୁତ କମ୍ ଖାଉଥିଲା । ପୋଷାକ ପିନ୍ଧିବା ବି ତାକୁ ପସନ୍ଦ ନଥିଲା । ଅନାଥାଳାୟ ଲୋକମାନେ ଦୀନା ସହ ଉତ୍ତମ ବ୍ୟବହାର କରି ତା’ ମନ ପରିବର୍ତ୍ତନ କଲେ । ଧୀରେ ଧୀରେ ସେ ମଣିଷଙ୍କୁ ଭଲପାଇଲା । ପୋଷାକ ପିନ୍ଧିବା ଶିଖିଲା । କିନ୍ତୁ ଦୀନା ମଣିଷଙ୍କର କେବଳ ଗୋଟିଏ ଅଭ୍ୟାସକୁ ଆପଣାଇଲା; ତା’ହେଲା ଧୂମପାନ । ବହୁତ ଧୂମପାନ କରିବାରୁ ସେ ୩୪ ବର୍ଷ ବୟସ ବେଳକୁ ଟିବିରେ ଆକ୍ରାନ୍ତ ହୋଇ ଶେଷନିଃଶ୍ୱାସ ତ୍ୟାଗ କଲା । ଦୀନାର ଏହି କାହାଣୀକୁ ଜଣେ ଲେଖକଙ୍କୁ ବହୁତ ପସନ୍ଦ ଆସିଲା ଏବଂ ସେ ମୋଗ୍‌ଲି ଚରିତ୍ରର ଅବତାରଣା କଲେ ।

Leave a Reply