Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫୦ ବର୍ଷରେ ବିଲୁପ୍ତ ହେବେ ୧୭ଶହ ପ୍ରଜାତି ଜୀବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫୦ ବର୍ଷରେ ବିଲୁପ୍ତ ହେବେ ୧୭ଶହ ପ୍ରଜାତି ଜୀବ

ମନୁଷ୍ୟ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ କାଟିବାଠୁ ନେଇ ଜମି ନଷ୍ଟ କରିବା ପର୍ଯ୍ୟନ୍ତ ସବୁ କାମ କରିଚାଲିଛି । ଏଥିପାଇଁ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ ଏବଂ ପଶୁ-ପକ୍ଷୀଙ୍କ ବାସସ୍ଥଳୀ ନଷ୍ଟ ହେଉଛି । ଏହି କାରଣରୁ ଜଣାପଡ଼ିଛି, ୧୭୦୦ ଜୀବ ପ୍ରଜାତି ଆସନ୍ତା ୫୦ ବର୍ଷ ମଧ୍ୟରେ ବିଲୁପ୍ତ ହୋଇଯିବେ । ଯାହାର ବିପଦ ସଙ୍କେତ ବନ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ଏକ ପତ୍ରିକାରେ ପ୍ରକାଶ ପାଇଥିବା ଆଲେଖ୍ୟ ଅନୁସାରେ, ମଣିଷ ଲଗାତର ଭୂଇଁ ଖୋଳି ଚାଲିଛି । ଏହାର ପ୍ରଭାବ ଜଙ୍ଗଲରେ ରହୁଥିବା ବନ୍ୟଜୀବଙ୍କ ଉପରେ ବିଶେଷ ଭାବେ ପଡୁଛି । କୁହାଯାଉଛି, ଏହାଦ୍ୱାରା ଜୀବଙ୍କର ବାସସ୍ଥାନ କମ୍ ହେବାରେ ଲାଗିଛି । ଫଳରେ ୧୭୦୦ ବନ୍ୟ ପ୍ରଜାତିଙ୍କ ଉପରେ ବିଲୁପ୍ତ ଭୟ ବଢ଼ିଚାଲିଛି । ଆମେରିକା ସ୍ଥିତ ୟେଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ୱାଲ୍ଟର୍ ଜେଟ୍ସଙ୍କ ଅନୁସାରେ, ଗବେଷଣା ମାଧ୍ୟମରେ ସେ ଜାଣିବାକୁ ପାଇଛନ୍ତି ଯେ ବୈଶିକ ଭୂମି ପ୍ରୟୋଗ ଦ୍ୱାରା ବାରମ୍ବାର ଗଛ କଟାଠୁ ନେଇ ଜଙ୍ଗଲ ନଷ୍ଟ ଚାଲିଛି । ଘରଦ୍ୱାର, କାରଖାନା ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ମଣିଷ ଅନବରତ ଏହି ଭୁଲ୍ କରିଚାଲିଛି । ଯଦ୍ଦ୍ୱାରା ପ୍ରାକୃତିକ ଆବାସ କମ୍ ହେବାରେ ଲାଗିଛି । ଏହି କାରଣରୁ ଅନୁମାନ କରାଯାଇଛି ।

Leave a Reply