Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରକ୍ତଦାନ ଶିବିର

ଭୁବନେଶ୍ୱର : ତା.୦୯.୧୦.୨୦୨୩ ରିଖ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅକ୍ଟୋବର ୯, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ‘ସେବା ଦିବସ’ ଅବସରରେ, ଉତ୍କଳ ବିପନ୍ନ ସହାୟତା ସମିତ(UBSS) ଆନୁକୂଲ୍ୟରେ ସମିତିର ମଞ୍ଚେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ IMS & SUM ହସ୍ପିଟାଲ୍‌ର ଡା. ଗିରିଜାନନ୍ଦିନି କାନୁନଗୋ ମୁଖ୍ୟ ଅତିଥି ଏବଂ ଶ୍ରୀ ହସ୍ପିଟାଲର ଡା. ରିତେଶ ଭୁତ୍‍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଡା. କାନୁନଗୋ ତାଙ୍କ ବକ୍ତବ୍ୟବରେ କହିଲେ ଯେ, ରକ୍ତର କୌଣସି ବିକଳ୍ପ ନାହିଁ । ଜଣେ ସୁସ୍ଥବାନ ପୁରୁଷ ଜୀବନ କାଳ ମଧ୍ୟରେ ୧୮୮ ଥର ଏବଂ ଜଣେ ସୁସ୍ଥ୍ୟ ମହିଳା ୧୪୧ ଥର ରକ୍ତଦାନ କରିପାରିବ । ଡା. ଭୁତଙ୍କ ବକ୍ତବ୍ୟ ଯେ ଏଭଳି ମହାନ କାମ କରୁଥିବା ସଂସ୍ଥାମାନଙ୍କୁ କୃତଜ୍ଞତା ଜଣାଉଛି ଯେଉଁ ମାନଙ୍କର ସହାୟତାରେ କତେ କେତେ ଜୀବନ ରକ୍ଷା ପାଇପାରୁଛି । କାରଣ ଆକସ୍ମିକ ପରିସ୍ଥିତିରେ ରକ୍ତର ଆବଶ୍ୟକତା କେତେ ଜରୁରୀ ତାହା ଅନୁଭବୀ ହିଁ କହିପାରେ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବର ସହପ୍ରାନ୍ତ ପ୍ରଚାରକ ଶ୍ରୀମାନ ସଷ୍ଟିଧର ବିଶ୍ୱାଳ ଉପସ୍ଥିତ ଜନସାଧାରଣଙ୍କୁ ଗୋପବନ୍ଧୁ ଦାସଙ୍କ ଜୀବନ ଦର୍ଶନ ଯାହାକି କେବଳ ସେବାରେ ସୀମିତ ନ ରହି କର୍ତ୍ତବ୍ୟ ବୋଲି କୁହାଯିବା ଯଥାର୍ଥ ହେବ । କାରଣ ସେବା ଦ୍ୱାରା କିଛି ପାଇବାର ଆଶା ଥାଏ ମାତ୍ର କର୍ତ୍ତବ୍ୟରେ କୌଣସି ପାଇବାର ନଥାଏ । ପଣ୍ଡିତ ଗୋବବନ୍ଧୁ ଦାସଙ୍କ ଜୟନ୍ତୀ ଆମେ ଏଇଥି ପାଇଁ ପାଳନ କରୁ ଯେ, ଆମ ସମସ୍ତଙ୍କ ମଧ୍ୟରେ ଯେଉଁ କର୍ତ୍ତବ୍ୟ ପଣିଆ ଲୁକ୍କାୟିତ ଅବସ୍ଥାରେ ରହିଛି ତାକୁ ଜାଗ୍ରତ କରାଇବା । ଯାହା ଦ୍ୱାରା ଜଣେ ନିଜର ସେବା ଓ କର୍ତ୍ତବ୍ୟ କଣ ବୁଝି ପାରିବ ଏବଂ କର୍ତ୍ତବ୍ୟ ପରାୟଣ ହେବ । ଏହି ଶିବିରକୁ ସୁଶ୍ରୁତ ପ୍ରାନ୍ତ ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ସଂଯୋଜନା କରିଥିଲେ । ଉକ୍ତ ଶିବିରରେ ୬୬ ୟୁନିଟ୍ ରକ୍ତ ସଂଗୃହିତ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି ।

Leave a Reply