Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସ୍ରାଏଲ ସହ ଭାରତ ଦୃଢତାର ସହ ଠିଆହୋଇଛି : ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସ୍ରାଏଲ ସହ ଭାରତ ଦୃଢତାର ସହ ଠିଆହୋଇଛି : ମୋଦୀ

ଭାରତ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପକୁ ନିନ୍ଦା କରୁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନତୀବ୍ର ହେବାରେ ଲାଗିଛି । ହମାସର ଆଟାକକୁ କାଉଣ୍ଟର କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଉପରେ ଜୋରଦାର ହମଲା କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଇସ୍ରାଏଲକୁ ଖୋଲା ସମର୍ଥନ କରିଛି ଭାରତ । ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ଭାରତ ଆତଙ୍କବାଦରସବୁ ପ୍ରକାରର ପଦକ୍ଷେପ ଓ ରୂପକୁ ଦୃଢ଼ ନିନ୍ଦା କରୁଛି ବୋଲି ସବୁ ପ୍ରକାରର ପଦକ୍ଷେପ ଓ ରୂପକୁ ଦୃଢ଼ ନିନ୍ଦା କରୁଛି ବୋଲି ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଜଣାଇ ଦେଇଛନ୍ତି । ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ମୋଦି କହିଛନ୍ତି ଯେ ସେ ଫୋନ ଯୋଗେନେତାନ୍ୟାହୁଙ୍କ ସହ କଥା ହୋଇଥିଲେ । ଏହି ସମୟରେ ନେତାନ୍ୟାହୁ ତାଙ୍କୁ ଇସ୍ରାଏଲରେ ଜାରି ରହିଥିବା ସାଂଘାତିକ ପରିସ୍ଥିତି ସମ୍ପର୍କରେ ଅପଡେଟ ଦେଇଛନ୍ତି । ମୋଦି ତାଙ୍କୁ କହିଛନ୍ତି ଯେ “ଏପରି ଏକ କଠିନ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହ ରହିଛନ୍ତି । ଭାରତ ବେଶ ଦୃଢ଼ତା ଓ ସ୍ପଷ୍ଟତାର ସହ ଆତଙ୍କବାଦର ସବୁ ପ୍ରକାରର ପଦକ୍ଷେପକୁ ନିନ୍ଦା କରୁଛି ।”ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ହମାସ ପକ୍ଷରୁ ଶନିବାର ହଠାତ୍‌? ଇସ୍ରାଏଲ ଉପରେ ୫ ହଜାର ରକେଟ ମାଡ଼ କରାଯାଇଥିଲା ।ଏହାପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର କିଛିସହରରେ ପ୍ରବେଶ କରି ଆକ୍ରମଣ କରି ଦେଇଥିଲେ ।ଇସ୍ରାଏଲ ମଧ୍ୟ କାଉଣ୍ଟର ଆଟାକ କରିବାକୁ ଆଦୌ ପଛାଇ ନଥିଲା । ଏହି ଆଟାକ ଓ କାଉଣ୍ଟର ଆଟାକ ମଧ୍ୟରେ ୧୬ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

Leave a Reply