Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁ ଧର୍ମର ଦେବାଦେବୀଙ୍କଅପମାନ-ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁ ଧର୍ମର ଦେବାଦେବୀଙ୍କଅପମାନ-ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବାଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବାଦେବୀଙ୍କୁ ଭକ୍ତି କରିବା ସହିତ ପୂଜା ମଧ୍ୟ କରିଥାନ୍ତି । କିନ୍ତୁ ଚଳିତ ଦିନିକିଆ ବିଶ୍ୱକପରେ ହିନ୍ଦୁ ଧର୍ମର ଦେବାଦେବୀଙ୍କଅପମାନ କରିଛନ୍ତିପାକିସ୍ତାନର ଜଣେ ଟିଭି ପ୍ରେଜେଣ୍ଟର ଜେନବ ଅବାସ । ଭାରତରେ ଏଭଳି ବୟାନ ଦେଇ ବିବାଦରେ ଫସି ଯାଇଛନ୍ତି ପାକିସ୍ତାନର ହୋଷ୍ଟ । ଫଳରେ ବର୍ତ୍ତମାନ ତାଙ୍କୁ ଭାରତରୁ ବିଦା କରି ଦିଆଯାଇଛି । ପାକିସ୍ତାନର ମହିଳା ପତ୍ରକାର ଜେନବଅବାସ ଦିନିକିଆ ବିଶ୍ୱକପ ହୋଷ୍ଟକରିବା ପାଇଁ ଭାରତ ଆସିଥିଲେ । କିନ୍ତୁ ତାଙ୍କର ଏକ ବୟାନ ତାଙ୍କ ଉପରେ ଖୁବ ମହଙ୍ଗା ପଡ଼ିଛି । ପାକିସ୍ତାନୀ ମହିଳା ପତ୍ରକାର ଜେନବ ଅବାସଙ୍କୁ ଏହି କାରଣ ପାଇଁ ଭାରତରୁ ବିଦା କରି ଦିଆଯାଇଛି । ବିଶ୍ୱକପ ସମୟରେ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଏକ ଅପମାନଜନକ ବୟାନ ଦେଇଥିଲେ ଜେନବ । ଭାରତର ଜଣେ ଆଇନଜୀବୀ ବିନୀତ ଜିନ୍ଦଲ ପାକିସ୍ତାନୀ ଆଙ୍କରଙ୍କ ବିରୋଧରେ ୯ ବର୍ଷ ଏକ ପୁରୁଣା ଟ୍ୱିଟର ପୋଷ୍ଟକୁ ନେଇ ସାଇବର ସେଲରେ ଅଭିଯୋଗ ଆଣିଥିଲେ । ଏହି ପୋଷ୍ଟରେ ଜେନବ ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅନେକ କିଛି କହିବା ସହ ଅପମାନଜନକଅଭିଯୋଗ କରିଥିଲେ ବିନୀତ ।ତେବେ ଏହି ଅଭିଯୋଗ ଆଧାରରେ ଜେନବଙ୍କ ବିରୋଧରେ ଦିଲ୍ଲୀ ପୋଲିସ ୧୫୩-ଏ, ୨୯୫, ୫୦୬ ଏବଂ
୧୨୧ ଦାରାରେ ମାମଲା ରୁଜୁ କରିଛି । ଏହାସହିତ ଯଥାଶୀଘ୍ର ତାଙ୍କୁ ବିଶ୍ୱକପ ପ୍ରେଜେଣ୍ଟର ତାଲିକାରୁ ବାଦ୍‌ ଦେବା ପାଇଁ ଦାବି ହୋଇଛି । ଭାରତ ବିପକ୍ଷରେ କହୁଥିବା ଏଭଳି ବ୍ୟକ୍ତିତ୍ୱଙ୍କୁ
ଦେଶରେ ସ୍ୱାଗତ କରିବା ଅନୁଚିତ ବୋଲି କୁହାଯାଇଛି । ତେବେ ବର୍ତ୍ତମାନ ସେ ଭାରତରୁ ବିଦା ହୋଇଥିବା ବେଳେ ଦୁବାଇରେ ଥିବା ଜାଣିବାକୁ ମିଳିଛି । ସେହିପରି ଭାରତରେ କ୍ରିକେଟର ଭଗବାନ କୁହାଯାଇଥିବା ସଚିନ୍ ତେନ୍ଦୁଲକରଙ୍କୁ ଆକ୍ଷେପ କରି ମଧ୍ୟ ଏକ ଟ୍ୱିଟ କରିଛନ୍ତ ମନ୍ତବ୍ୟ ଲେଖିଥିବା

Leave a Reply